ପିପିଲି କଂଗ୍ରେସରୁ ଅଜିତ ମଙ୍ଗରାଜ ପ୍ରାର୍ଥୀପତ୍ର ଦାଖଲ କଲେ
ଡେଲାଙ୍ଗ --- ଓଡିଶା ରାଜନୀତିରେ ପିପିଲି ଡେଲାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଶ ପରିଚିତ । ବିଜେଡି ଦଳର ହେବିୱଟେ ନେତା ତଥା ତୁଙ୍ଗ ନେତା ପ୍ରଦୀପ ମହାରଥୀଙ୍କୁ ଚାଲେଞ୍ଜ ଦେଉଥିବା କଂଗ୍ରେସର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଏଥର ମଧ୍ୟ କଂଗ୍ରେସ ପ୍ରାର୍ଥୀ କରିଥିଲା । ମାତ୍ର କଂଗ୍ରେସ ଟିକେଟ ଦେବାରେ ବିଳମ୍ବ ଓ ଅନ୍ୟକୁ ଦେବାପାଇଁ ଉଦ୍୍ୟମକୁ ବିରୋଧ କରି ଶ୍ରୀ ସାମନ୍ତରାୟ ପ୍ରାର୍ଥୀ ହେବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ । ଏଣୁ ପିସିସି ସଭାପତି ଡେଲାଙ୍ଗ ଆଙ୍କୁଲା ଗ୍ରାମର ଯୁବ ନେତା ତଥା ଶିଳ୍ପପତି ଅଜିତ ମଙ୍ଗରାଜଙ୍କୁ ଦଳୀୟ ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା । ଆଜି ଶ୍ରୀ ମଙ୍ଗରାଜ ନିଜର ଇଷ୍ଟ ଦେବା ଦେବୀଙ୍କୁ ପୂଜା କରିବା ପରେ ଆଙ୍କୁଲା ଗ୍ରାମରୁ ଶତାଧିକ କଂଗ୍ରେସ ଯୁବ କର୍ମୀ ମାନଙ୍କୁ ସାଙ୍ଗରେ ଧରି ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଯାଇଥିଲେ । ସାକ୍ଷୀଗୋପାଳସ୍ଥିତ ବୀରଗୋବିନ୍ଦପୁର ମା ଦକ୍ଷିଣ କାଳୀଙ୍କୁ ପୂଜାର୍ଚ୍ଚନା କରିବା ସହ ମାଙ୍କ ଠାରୁ ଆର୍ଶିବାଦ ନେଇ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି । ପିପିଲି ଡେଲାଙ୍ଗରେ କଂଗ୍ରେସର ନୂତନ ପ୍ରାର୍ଥୀ ଦିଆଯାଇଥିବାରୁ ଯୁବକ ଓ କଂଗ୍ରେସ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି