Breaking News

ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କୌଶଳ ତାଲିମ ଶିବର

 ସାକ୍ଷୀଗୋପାଳ---- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ୧୩ ଗୋଟି ଉଚ୍ଚ ବିଦ୍ୟାଳୟର୨୬ ଜଣ ଛାତ୍ରୀ ମାନଙ୍କୁ ନେଇ ତିନିଦିନିଆ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭବମ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ  ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିଥିଲେ  ।  ପୁଷ୍ମାଞ୍ଜଳୀ ଯେନା ଓ ଲକ୍ଷ୍ମୀପିୟା ନାଥ ତାଲିମ ପ୍ରଦାନ କରିଥିଲେ  ।  ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଚିତ୍ର ଖଟେଇ ଧନ୍ୟବାଦ ଦେବାସହ ପ୍ରଶିକ୍ଷଣ ଶିବିରକୁ ପରିଚାଳନା କରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts