ପୁରୀରୁ ବିଧାନସଭା ପ୍ରାର୍ଥୀ ହେଲେ ଜୟନ୍ତ ( ନିଲୁ) ଷଡଙ୍ଗୀ
ସାକ୍ଷୀଗୋପାଳ--- ବିଜେପି ଏବେ ତାର ପୁରୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୁରୀର ଜୟନ୍ତ ଷଡଙ୍ଗୀ ସତ୍ୟବାଦୀ ଆସନରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ସେ ବିଶ୍ୱାସ ରଖିଥଲେ । ମାତ୍ର ତାଙ୍କୁ ପ୍ରାର୍ଥୀ କରାନଯିବାରୁ ସେ ବିଜେଡି ଦଳ ଛାଡି ବିଜେପି ଦଳରେ ସାମଇଲ ହୋଇଥିଲେ । ଏବେ ପୁରୀ ବିଧାନସଭା ଆସନ ପାଇଁ ବିଜେପି ପକ୍ଷରୁ ତାଙ୍କୁ ପ୍ରର୍ଥୀ କରାଯାଇଛି । ପୁରୀର ବିଜେଡି ନେତା ତଥା ବିଧାୟକ ପ୍ରାର୍ଥୀ ମହେଶ୍ୱର ମହାନ୍ତିଙ୍କ ଶିଷ୍ୟ ଶ୍ରୀ ଷଡଙ୍ଗୀ ବେଶ ଜଣାଶୁଣା । ଏବେ ପୁରୀରେ ଗୁରୁ ଶିଷ୍ୟ ମଧ୍ୟରେ ଘମାଘୋଟ ଲଡେଇ ହେବ ବୋଲି ଆଶା କରାଯାଉଛି । ସେହିପରି ବହୁ ପାଟକୁରାରୁ ବିଜୟ ମହାପାତ୍ର, ମହାକାଳପଡାରୁ - ବିଜୟ ପ୍ରଦାନ, ଆଠଗଡ- ବ୍ରଜେନ୍ଦ୍ର ରାୟ, ଆଠମଲ୍ଲିକ- ଭାଗିରଥି ପ୍ରଧାନ, ଭୁବନେଶ୍ୱର ଉତ୍ତର- -ଅପରାଜିତା ମହାନ୍ତି, ନୀଳଗିରି- ସୁକାନ୍ତ ନାୟକ, ଆନନ୍ଦପୁର (ସଂ) ଆଲୋକ ସେଠୀ, ରାଇଗଙ୍ଗପୁର( ସଂ) ନବଚରଣ ମାଝି, ମୋରଡା- କୃଷ୍ଣଚନ୍ଦ୍ର ପାତ୍ର ଓ ବାଙ୍କିରୁ ଶୁଭ୍ରାଂଶୁ ରେଖର ପାଢ଼ୀ ନାମ ଘୋଷଣା କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି