Breaking News

ଆନ୍ତର୍ଜାତୀୟ ନୃତ୍ୟ ସଂଗୀତ ମହୋତ୍ସବ ; ପାରମ୍ପାରିକ କଳାକୁ ବଞ୍ଚାଇ ରଖିବା ପାଇଁ ଆଲେଚନା ଚକ୍ର

 ସାକ୍ଷୀଗୋପାଳ  -- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ବଡହାଟ ଗ୍ରାମସ୍ଥିତ ଅଗ୍ରଣୀ  ରାମହରି ଦାସ ଓଡିଶୀ ଗୁରୁକୁଳ ଅନୁଷ୍ଠାନ ପରିସରରେ ଆନ୍ତର୍ଜାତୀୟ ନୃତ୍ୟ ସଂଗୀତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ତ୍ରିଧାରା ଓ ରାମହରି ଦାସ ଓଡିଶୀ ଗୁରୁକୁଳ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ହଜି ଯାଉଥିବା ଲୋକ କଳାକୁ କିପରି ବଞ୍ଚାଇ ରଖି ହେବ ଏହାକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପାଲା, ଦାସକାଠିଆ ଓ ଧୁଡିକି ନାଚ ପରିବେଷଣ କରାଯାଇଥିଲା  । ଏହି ଅବସରରେ ଅନୁଷ୍ଠିତ ଆଲେଚନା ଚକ୍ରରେ ପାଲାକାର ଓ ସଂସ୍କୃତି ଗବେଷକ ସୁରେନ୍ଦ୍ର ଛୋଟରାୟ, ଦାସ କାଠିଆ ଶିଳ୍ପୀ ପଣ୍ଡିତ ରବି ନାରାୟଣ ଶତପଥି, ପ୍ରତିଭା ସମ୍ପନ୍ନ ଧୁଡିକି କଳାକାର ଆଲୋକ ବିଶୋଇ ନିଜନିଜ କଳାର ପାରମ୍ପରିକ ସଙ୍ଗୀତ, ସାହିତ୍ୟ ପରିବେଷଣ ଶ୍ରେଳୀଉପରେ ଆଲେଚନା କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ସଂଗୀତ ବିଷାରଦ କବିତିଳକ ଆର୍ତ୍ତତ୍ରାଣ ଶତପଥି, ଭାଷାବିତ୍ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ ଓ ସାହିତ୍ୟକ ପ୍ରଫେସର ଡ. ଶତର ଚନ୍ଦ୍ର ରଥ ପ୍ରମୁଖ ଆଲେଚନାରେ ଅଂଶ ଗ୍ରହଣ କରି ଆମ କଳା ଆମ ସଂସ୍କୃତି ଅନ୍ୟ କୌଣସି ଦେଶରେ ମିଳିବ ନାହିଁ  । ପାଲା, ଧୁଡିକି, ଦାସକାଠିଆ ଏହା ଏକ ସରଳ ଭାଷା ଓ ଗାଁଉଲି କଥାକୁ ନେଇ ବିଶେଷ କରି ପୌରାଣିକ ତଥ୍ୟ ଉପରେ ପରିବେଷଣ କରାଯାଉଥିଲା ବୋଲି ମତ ପ୍ରକାଶ କରିଥିଲେ  । ସଂଧ୍ୟାରେ କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା  । ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁକୁଳର ଅଧ୍ୟକ୍ଷ ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ରାମହରି ଦାସ ଉପସ୍ଥିତ ରହିଥିଲେ  । ଆଇନଜିବୀ ଅଞ୍ଜନ କୁମାର ହୋତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 


Blog Archive

Popular Posts