Breaking News

ସତ୍ୟବାଦୀରେ ଉତ୍କଳ ଦିବସ ପାଳିତ

ସାକ୍ଷୀଗୋପାଳ----  ସତ୍ୟବାଦୀରେ ଉତ୍କଳ ଦିବସ ପାଳିତ ହୋଇଯାଇଛି  । ଏହି ଅବସରରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଓ ସିଟି ସ୍କୁଲର ଛାତ୍ର ଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ଉତ୍କଳ ସଂଗୀତ ଗାନ କରି ସାକ୍ଷୀଗୋପିନାଥଙ୍କ ମନ୍ଦିର ସମ୍ମୁଖରେ ଥିବା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ପରେ ପଞ୍ଚସଖା ସ୍ୱୃତି ପୀଠ ଓ ବକୁଳବନ ପରିସରରେ ଥିବା ପଞ୍ଚସଖାଙ୍କୁ ମାଲ୍ୟର୍ପଣ କରିଥିଲେ  । ସେହିପରି ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ପଞ୍ଚସଖାଙ୍କ ପ୍ରତିମୂତ୍ତି ରେ ମାଲ୍ୟର୍ପଣ ପରେ ଏକ ଆଲେଚନା ଚକ୍ର ଅନୁଷ୍ଠିତ ହୋଇଥିଲା  । ଏଥିରେ ଶିକ୍ଷକ ସତ୍ୟବାଦୀ ଦାଶ ଅଧ୍ୟକ୍ଷତା କରିଥିଲେ  । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଆଇଆଇଟି ଧାନବାଦର ଅଧ୍ୟକ୍ଷ ଧନୁଦ୍ଦାରୀ ମିଶ୍ର ଯୋଗଦେଇ ଓଡିଶା ନିର୍ମାଣରେ  ପଞ୍ଚସଖାଙ୍କ ଭୂମିକା ସମ୍ପର୍କେ ମତ ରଖିଥଲେ  । ଅନ୍ୟ ମାନଙ୍କ ମଧ୍ୟରେ ସିଟି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ, ଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ  । ଆଲେକ ଖୁଣ୍ଠିଆ, ହାପି ରଥ, ସୁଶାନ୍ତ ରଥ ଓ ପ୍ରଫୁଲ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ  । ସେହିପରି ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ଉତ୍କଳ ଦିବସ ପାଳିତ ହୋଇଯାଇଛି  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts