କାଳବୈଶାଖୀରେ ବିଏସଏନଏଲ ଟାୱାର ଓ ଶତାଧିକ ବର୍ଷର ଗଛ ଭାଙ୍ଗିଲା
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳରେ ରବିବାର ଅପରାହ୍ନରେ ଅଚାନକ କାଳବୈଶାଖୀ ବୋହିଥିଲା । ଯିଏ ଯେଉଁଠି ଅଛି ସେଇଠି କିଛି ସମୟ ପାଇଁ ରହିଗଲେ । ଏପରିକି ଏତେ ଯୋର ପବନ ବୋହିଲା ଯେ ରାସ୍ତାରେ ଚାଲିକି ଯିବା ସମ୍ମବପର ହୋଇନଥିଲା । କୋଟଉପରେ ଥିବା ବିଏସଏନଏଲର କାର୍ଯ୍ୟାଳୟ ପରିସରରେ ଥିବା ଏକ ଟାୱାର ଅଧାରୁ ଭାଙ୍ଗି ପଡିଛି । ଯାହାକି ବିଏସଏନଏଲ ସେବାରେ ବ୍ୟାଘତ ଦେଖାଯାଇଛି । ସେହିପରି ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଥିବା ଶତାଧିକ ବର୍ଷ ତଳର ଏକ ପୁରୁଣା ଖିରି କୋଳି ଗଛ ଭାଙ୍ଗି ପଡିଛି । ସେଠାରେ ଥିବା ଏକ ଯାତ୍ରୀ ବାହିବସ ସହିତ କାର ଓ ମଟର ସାଇକେଲ ଆରୋହୀ ମାନେ ରହିଥିଲେ । ଗଛଟି ଏପରି ଭାବରେ ଭାଙ୍ଗିଲା ଯେ କାହାରି କିଛି କ୍ଷତି ହୋଇନଥିଲା । ସାକ୍ଷୀଗୋପାଳ- ଅଳଗୁମ ରାସ୍ତା ଅବରୋଧ କରିଥିଲା । ଖବର ପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗର ଅଧିକାରୀ ମନୋଜ ପାତ୍ରଙ୍କ ନେତୃତ୍ୱରେ କଟର ମେସିନ ସହଯୋଗରେ ରାସ୍ତା ଉପରେ ପଡିଥିବା ଗଛ ହଟାଯାଇଥିଲା । ଘଟଣା ସ୍ଥଳରେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଉପସ୍ଥିତଥିଲେ । ସେହିପରି ବିଭିନ୍ନ ଗ୍ରାମ ଗଣ୍ଡାରେ ଗଛ ଭାଙ୍ଗିପଡିବା ସହ ବିଦ୍ୟୁତ ତାର ଛିଣ୍ଡିକି ପଡିଥିଲା । ବିଦ୍ୟୁତ ବିଭାଗ ପକ୍ଷରୁ ବିଭିନ୍ନ ଯାଗାରେ ଛିଣ୍ଡିକି ପଡିଥିବା ତାର ସଂଯୋଗ କରାଯାଇ ପ୍ରାୟ ୨୦ ଘଣ୍ଟା ପରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଥିଲେ ମଧ୍ୟ ପୂର୍ବ ସତ୍ୟବାଦୀରେ ୨୪ ଘଣ୍ଟା ପରେ ମଧ୍ୟବି ବିଦ୍ୟୁତ ସେବା ଯୋଗାଣ ହୋଇପାରିନଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି