କାନ୍ଥରେ ସୀମିତ ରହିଛି ଗାଁ କଲ୍ୟାଣ ସମିତି
ଅତାବିରା--- ବରଗଡ ଜିଲ୍ଲାର ଅତାବିରା ବ୍ଳକରେ ଏବେ କାନ୍ଥରେ ଅଟକିଛି ଗାଁ କଲ୍ୟାଣ ସମିତି ବୋଲି ଜନସାଧାରଣରେ ଆଲେଚନା ହୋଇଛି । ରାଜ୍ୟ ସରକାର ଗ୍ରାମ ମାନଙ୍କର ଉନ୍ନତି ଓ ସ୍ୱାସ୍ଥ୍ୟ ସେବା ତୁରନ୍ତ ଯୋଗାଇ ଦେବା ପାଇଁ ଗାଁ କଲ୍ୟାଣ ସମିତି ଗଠନ କରାଯାଇଛି । ପ୍ରତି ପଞ୍ଚାୟତରେ ଥିବା ବିଭିନ୍ନ ରାଜସ୍ୱ ଗ୍ରାମ ମାନଙ୍କୁ ନେଇ ଗୋଟିଏ ଗୋଟିଏ ଗାଁ କଲ୍ୟାଣ ସମିତି ଗଡିଉଠିଛି । ଏହି ଯୋଜନାକୁ ସଠିକ ଭାବରେ ପ୍ରଚଳନ କରିବା ପାଇଁ ଅଙ୍ଗନୱାଡି କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ଗ୍ରାମରେ ସ୍ୱାସ୍ଥ୍ୟ ସେବା, ସ୍ୱଚ୍ଛତା, ନାରୀ ନିର୍ଯ୍ୟାତନା, କିଶୋରୀ ସେବା ଆଦି କାର୍ଯ୍ୟ ସହିତ ଗ୍ରାମରେ ଥିବା ପୋଖରୀ ତୁଠ, ନଳକୁପ ଚତୁପାଶ୍ୱର୍ ସଫା ସୁତରା ଆଦି କାର୍ଯ୍ୟ ସହିତ ଗ୍ରାମ ମାନଙ୍କରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ସଚତେନା କରିବା , ଅସହାୟ ବା ଗରିବ ଲୋକଙ୍କର ସ୍ୱାସ୍ଥ୍ୟ ସେବା ପାଇଁ ସହଯୋଗ ସହିତ ଅର୍ଥ କରିବା ଆଦି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି । ଏହାକୁ ସୁ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଯାଇଛି । ମାତ୍ର ସମସ୍ତ କାର୍ଯ୍ୟ କମିଟି ମାଧ୍ୟମରେ ଆଲେଚନା କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା । ଏଥିପାଇଁ ବର୍ଷକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଛି । ମାତ୍ର ଗାଁ କଲ୍ୟାଣ ସମିତି ଏବେ ରାଜନେତାଙ୍କର ହାତ ବାରିସି ସାଜିଛି । ଏପରିକି କେତକ ଗାଁ କଲ୍ୟାଣ ସମିତିର ଅର୍ଥ କୌଣସି କାର୍ଯ୍ୟରେ ନ ଲାଗି ନିଜ ନିଜ ମଧ୍ୟରେ ବାଣ୍ଟି ନେଉଥିବା ଅଭିଯୋଗ ମାନ ହୋଉଛି । କେତକ ଯାଗାରେ ଖର୍ଚ୍ଚର ସଠିକ ତଥ୍ୟ ବା ହିସାବ ନାହିଁ । ଗୋଟିଏ ଗୋଟିଏ ଗାଁରେ ସମିତି ଗଠନ ହେବା ପରଠାରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରାଯାଇ ନଥିବା ଅଭିଯୋଗ ମାନ ହୋଉଛି । ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଗାଁ କଲ୍ୟାଣ ସମିତି ଏବେ ଦିଗହରା ହୋଇପଡିଛି । ଆଗାମୀ ଦିନରେ ଉଚ୍ଚ କତୃପକ୍ଷ ନଜର ନଦେଲେ ଆଗାମୀ ଦିନରେ ଏହି ଯୋଜନା ଅତାବିରା ଅଞ୍ଚଳରେ ସମ୍ପର୍ଣ୍ଣ ଭୁଷୁଡି ପଡିବ ବୋଲି ବୁଦ୍ଧିଜିବୀ ମାନେ କହନ୍ତି ।
ବରଗଡରୁ ନବୀନ ଦାଶ
ବରଗଡରୁ ନବୀନ ଦାଶ