Breaking News

ଜିଲ୍ଲାପାଳଙ୍କ ଅଭିଯୋଗ କ୍ରମେ ଥାନାରେ ରୁଜ ହେଲା କେସ


ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଆଳିପଡା ବିଦ୍ୟାଳୟ ପରିସରରେ ଗୁଆଳିପଡା ସେବାଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ମାତ୍ର ସେଠାରେ ତିନୋଟି ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସରକାରୀ ଅର୍ଥ ମଞ୍ଜୁର କରାଯାଇଛି ।  ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହି କାର୍ଯ୍ୟର ଦାୟତ୍ୱ ନେଇଥିବା ଜଣାପଡିଛି । ଏହାକୁ ଗୁଆଳିପଡାର ସଦାଶିବ ଛାଟୋଇ ଓ କ୍ଷୀରୋଦ ଛାଟୋଇ ଯୁବକ ବିରୋଧ କରୁଥିବା ଜଣାପଡିଛି । ସେମାନଙ୍କ ବିରୁଧରେ ପୁରୀ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ ହେବା ପରେ ଆଜି ଜିଲ୍ଲାପାଳଙ୍କ ଚିଠି ନଂ ୧୩୪୧ରେ ଏକ କେସରୁଜ କରି ଅଭିଯୁକ୍ତ ମାନଙ୍କ ବିରୁଧରେ ଦୃଢ଼ଢକାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଡେଲାଙ୍ଗ ଥାନାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷେ ଉକ୍ତ ବିଦ୍ୟାଳୟ ଗୃହ ନିର୍ମାଣ ଯେଉଁ ପରି ଭାବରେ କରାଯାଉଛି ତାହାକୁ ବିରୋଧ କରାଯାଉଛି । କାରଣ ବିଦ୍ୟାଳୟଟି ଦୁଇଭାଗ ହୋଇଯିବ ଏହାକୁ ନଜର କରି ଯୁବକ ମାନେ ବିରୋଧ କରୁଥିବା ଜଣାପଡିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts