ମୂଳ ଅଳସାରେ କଂଗ୍ରେସର କର୍ମୀ ବୈଠକ : ଶତାଧିକ କର୍ମୀ ଯୋଗଦେଲେ
ସାକ୍ଷୀଗୋପାଳ ---- ସତ୍ୟବାଦୀରେ କଂଗ୍ରେସ ଦଳ ମଜବୁତ ହେବାରେ ଲାଗିଛି । ଅନ୍ୟ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗିଥିବା ବେଳେ କଂଗ୍ରେସର ଜଣେ ନେତା । ପୂର୍ବତନ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏବେ କର୍ମୀ ବୈଠକକୁ ଗୁରୁତ୍ୱ ଦେଉଛନ୍ତି । କର୍ମୀ ମାନଙ୍କୁ ଏକାଠି କରି ଦଳକୁ ମଜବୁତ କରିବାରେ ସେ ଲାଗିଛନ୍ତି ବୋଲି ସତ୍ୟବାଦୀରେ ଆଲେଚନା ହୋଉଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ମୂଳଅଳସା ଗ୍ରାମରେ ବୁଧବାର ସଂଧ୍ୟାରେ କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ବୈଠକରେ ସଭାପତିତ୍ୱ କରିଥିଲେ । ଉକ୍ତସଭାରେ ଉକ୍ତ ପଞ୍ଚାୟତରୁ ପ୍ରାୟ ୭ଶହରୁ ଅଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ । ଉପସ୍ଥିତ ଥିବା କର୍ମୀ ମାନଙ୍କୁ ସୁତନ ବର୍ଷର ଅଭିନନ୍ଦନ ପୂର୍ବତନ ବିଧାୟକ ଶ୍ରୀ ହରିଚନ୍ଦନ ଜଣାଇଥିଲେ । ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ କର୍ମୀ ମାନେ ଏକଜୁଟ ହୋଇ ପଛ କଥାକୁ ନ ଧରି ଆଗାମୀ ଦିନରେ କିପରି କଂଗ୍ରେସ ଦଳକୁ ବିଜୟୀ କରି ପାରିବା ସେ ସମ୍ପର୍କରେ ଶ୍ରୀ ହରିଚନ୍ଦନ ରଖିଥିଲେ । କେନ୍ଦ୍ର ରେ ବିଜେପି ଓ ରାଜ୍ୟରେ ବିଜେଡି ସରକାରଙ୍କ ସମୟରେ ସମସ୍ତ ଖାଦ୍ୟ ସମାଗ୍ରୀର ଦର ବୃଦ୍ଧି ଯୋଗୁ ଲୋକମାନେ ଅତିଷ୍ଟ ହୋଇ ପଡିଛନ୍ତି । ଏହି ସମୟରେ ସେମାନଙ୍କ ପାଖରେ ଆମେ ପହଞ୍ଚିବା ସହ କଂଗ୍ରେସ ଦଳ ଆସିଲେ ଏହି ସମସ୍ୟାର ସମାଧାନ କରାଯିବ ବୋଲି ଉପସ୍ଥିତ ଅତିଥି ମାନେ ସେମାନେ ମତ ରଖିଥଲେ । ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତର ସରପଞ୍ଚ ପ୍ରଭାତୀ ପ୍ରଧାନ, ସତ୍ୟବାଦୀ ବ୍ଳକର ପୂର୍ବତନ ବ୍ଳକ ଅଧ୍ୟକ୍ଷ ଜୟନ୍ତ କୁମାର ହୋତା, ମୂଳ ଅଳଷାର ପୂର୍ବତନ ସରପଞ୍ଚ ଶଙ୍କର ପ୍ରଧାନ, ପ୍ରଦୀପ ହରିଚନ୍ଦନ, ଜିଲ୍ଲା ପରିଷଦ ଯୋନର କଂଗ୍ରେସ କମିଟି ସଭାପତି ଦେବ ଲୋଭାନ, ଜିତେନ୍ଦ୍ରିୟ ମହାପାତ୍ର, ପ୍ରତାପ ପଟ୍ଟନାୟକ, କଣାସ ବ୍ଳକର ପାଣ୍ଡିଆକେରା ସରପଞ୍ଚ ମନ ମୋହନ ସାମନ୍ତରାୟ, ସମିତିସଭ୍ୟ ଲଲାଟୋ କେଶୋରୀ ନିଶଙ୍କ, ସତ୍ୟବାଦୀ ବ୍ଳକର କାଦୁଆ ସରପଞ୍ଚ ସୁବାଷ ମହାପାତ୍ର, ରାୟଖଣ୍ଡୀ ସମିତ ସଭ୍ୟ କୃର୍ଷ୍ଣଚନ୍ଦ୍ର ବରାଳ, ପୂର୍ବତନ ସରପଞ୍ଚ ଅଶୋକ ମିଶ୍ର, ବ୍ଳକ ଯୁବ କଂଗ୍ରେସ ସଭାପତି ତଥା ସୋସିଆଲ ମିଡିଆ ସଂଯୋଜକ ଦେବାଶିଷ ମିଶ୍ର ଓ ପ୍ରମୁଖ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି