ସ୍ବୋଚ୍ଛାସେବି ଅନୁଷ୍ଠାନ ଆଭାର ଦୁଇ ଜଣ ମହିଳା କର୍ମଚାରି ଗିରଫ
ଡେଲାଙ୍ଗ --- ଡେଲାଙ୍ଗ ଥାନା ଅନ୍ତର୍ଗତ ଡଁପୁର ସ୍ଥିତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭାର ଶିଶୁ ଯତ୍ନ ଗୃହରେ ଶିଶୁ ମାନଙ୍କୁ ଆଭାର ଶିଶୁ ଯତ୍ନ ଗୃହରେ ଅସ୍ୱାସ୍ଥ୍ୟକର ପରିବେଶ, ନିମ୍ନମାନର ଖାଦ୍ୟ, ବିପର୍ଯ୍ୟସ୍ଥ ପରିମଳ ସହ ଶାରୀରିକ, ମାନସିକ ଯନ୍ତ୍ରଣା ଦିଆଯାଉଥିଲା ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତିକରି ଡେଲାଙ୍ଗ ପୋଲିସ ୨/୧୯ରେ ଏକ ଶିଶୁ ନିର୍ଯ୍ୟାତନ ଦେବା ଅଭିଯୋଗରେ ଲବଙ୍ଗ ସ୍ୱାଇଁ ଓ ବାସନ୍ତୀ ସ୍ୱାଇଁଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରି ଆଜି କୋର୍ଟକୁ ପଠାଇଥିବା ଥାନା ଆଇଆଇସି ଅସିତ ରଂଜନ ମହାନ୍ତିଙ୍କ ଠାରୁ ପ୍ରକାଶ । ଏହି କେସର ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି । ବହୁ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି