ଡେଲାଙ୍ଗରେ ଧାନ କଳେଇ ଗଦା ଜଳିଗଲା
ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ଶଙ୍ଖପାଟ ଗ୍ରାମର ଗୋଲଖ ବିଶ୍ୱାଳଙ୍କ ବାରିରେ ଥିବା ୨୦ ବସ୍ତାର ଧାନଗଦାରେ ସୋମବାର ଦିନ ସକାଳେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି । ଧାନଗଦା ଜଳୁଥିବା ଦେଖି ପଡିଶା ଘର ଲୋକମାନେ ଡାକ ପକାଇବାରୁ ଗ୍ରାମବାସୀ ମାନେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଖବର ପାଇ ଡେଲାଙ୍ଗ ଅଗ୍ନିଶମ ବିଭାଗ ଅଧିକାରୀ ସନ୍ତୋଷ କୁମାର ଦାଶଙ୍କ ଟିମ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ । ମାତ୍ର ଏହି ଅଗ୍ନକାଣ୍ଡରେ ପ୍ରାୟ ୫୦ ହଜାରଟଙ୍କା ଧାନ ପୋଡି ଯାଇଥିବା ପ୍ରାଦମିକ ଆକଳନରୁ ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି