Breaking News

ମା ଜାଗୁଳେଇ ୮--୮କ୍ରିକେଟ ଟୁର୍ଣ୍ଣାମେଣ୍ଟ


ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର ବେରବୋଇ ହାଇସ୍କୁଲ ଖେଳ ପଡିଆରେ ମା ଜାଗୁଳେଇ କ୍ରିକେଟ କ୍ଳବ ପକ୍ଷରୁ ୮-୮ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏଥିରେ ୮ ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ନୁଆ ସାହି କ୍ରିକେଟ କ୍ଳବ ଓ ଜେ ସି ସି ବେରବୋଇ କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ  ହୋଇଥିଲା । ନୂଆସାହି କ୍ରିକେଟ ଦଳ ଜେସିସି କ୍ରିକେଟ ଦଳକୁ ହରାଇ ୨୦୧୯ ବର୍ଷର ଚମ୍ପିୟାନ ହୋଇଥିଲା । ଜେସିସି ବେରବୋଇ ରନ୍ସଅଫ ହୋଇଥିଲା । ସାଥିକି ନିହାର ଓଶ୍ରୀତମ ଜେନା ଖେଳ ପରିଚାଳନା କରିଥିଲେ । ଅତିଥି ଭାବେ ପିପିଲି ଓ ଡେଲାଙ୍ଗର ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାମନ୍ତରାୟ ଓ ଲାଲା ରାକେଶ ରାୟ ଯୋଗଦେଇ ମ୍ୟାଚଟିକୁ ଉଦ୍ଘାଟନ କରିଥିଲେ ।  

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts