Breaking News

ଡେଲାଙ୍ଗରୁ ହରିଣ ଉଦ୍ଧାର


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ସିଂହବହ୍ମପୁର ଗ୍ରାମ ପଞ୍ଚାୟତର ନିପୁର ଗ୍ରାମରେ ସକାଳେ ଲୋକମାନେ ଦେଖିଥଲେ ଏକ ହରିଣକୁ କୁକୁର ମାନେ ଗୋଡାଉଛନ୍ତି । ଏହା ଦେଖି ତୁରନ୍ତ ଗ୍ରାମବାସୀ ଓ ଯୁବକ ମାନେ ଘେରାଉ କରି କୁକୁର ମାନଙ୍କ ଠାରୁ ହରିଣକୁ ରକ୍ଷା କରି ତୁରନ୍ତ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଗ୍ରାମବାସୀ ମାନେ ହରିଣକୁ ଉଦ୍ଧାର କରିବା ବେଳକୁ ହରିଣଟିର ଶିଙ୍ଗ ଭାଙ୍ଗି ଯାଇ ରକ୍ତ ସ୍ରାବ ହୋଉଥିବାର ଦେଖାଯାଇଥିଲା । ଖବର ପାଇ ଖୋର୍ଦ୍ଧା ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ରେଞ୍ଜର ଶଶି ଭୁଷଣ ବଳିୟାରସିଂହ ଓ ଫରେଷ୍ଟର ଅକ୍ଷୟ କୁମାର ମୁଦୁଲି ଘ୍ରାମରେ ପହଞ୍ଚି ଆହତ ହରିଣକୁ ପ୍ରାଥମିକ ଚିକିତ୍ସା କରିଥିଲେ । ହରିଣଟି ଖାଦ୍ୟ କିମ୍ବା ଅନ୍ୟ ଅଣ୍ଡିରା ହରିଣ ଆକ୍ରମଣରେ ଭୟଭୀତ ହୋଇ ପଳାଇ ଆସିବା ପରେ ଦିଗହରା ହୋଇଯାଇ ଏପଟକୁ ପଳେଇ ଆସିଥିବା ଅନୁମାନ କରାଯାଉଛି । ୩ ବର୍ଷର ଅଣ୍ଢିରା ହରିଣ ବୋଲି ଜଣାପଡିଛି । ଲମ୍ବା ପ୍ରାୟ ଏକ ମିଟର ହୋଇଥିବା ବେଳେ ଉଚ୍ଚତା ୨ ଫୁଟ ୭ ଇଞ୍ଚ, ଓଜନ ୨୦ରୁ ୨୫ କିଲୋ ହେବ ବୋଲି ଝଣାପଡିଛି । ହରିଣକୁ ଖୋର୍ଦ୍ଧା ଜଙ୍ଗଲ ବିଭାଗ ଅଧିନରେ ଥିବା ଟାଙ୍ଗି ପଟିଆ ଜଙ୍ଗଲରେ ଛଡାଯାଇଛି ବୋଲି ଫରେଷ୍ଟର ଶ୍ରୀ ମୁଦୁଲିଙ୍କ ଠାରୁ ପ୍ରକାଶ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts