ସରକାଙ୍କ କାଳିଆ ଯୋଜନା ସଫଳ ପାଇଁ ଅଧିକାରି ମାନଙ୍କ ଉଦ୍ଦ୍ଯମ ଆରମ୍ବ
ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ଓ କୃଷି ବିଭାଗ ପକ୍ଷରୁ ସରକାରଙ୍କ କାଳିଆ ଯୋଜନା ସପଳ ଭାବରେ ଶେଷ କରିବା ପାଇଁ ଅଧିକାରୀ ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି । କାର୍ଯ୍ୟକ୍ରମର ନୋଡାଲ ଅଫିସର ଭାବରେ ବିଡିଓ ଡ. ଗୌରବ ମୟ ପ୍ରଧାନ ରହିଥିବା ବେଳେ ଅବାହକ ଭାବେ କୃଷି ସହକାରୀ ଅଧିକାରୀ ହୃଦାନନ୍ଦ ସମାନ୍ତରାୟ ରହିଛନ୍ତି । ସମସ୍ତ କାର୍ଯ୍ୟ ସୁପରିଚାଳନା ଓ ସହଯୋଗ କରିବା ପାଇଁ ଜିଲ୍ଲା କୃଷି ଅଧିକାରୀ ଅଜୟ ବେହେରାଙ୍କୁ ରହିଥିବା ଜଣାପଡିଛି । ସତ୍ୟବାଦୀ ବ୍ଳକରେ୨୪ଟି ପଞ୍ଚାୟତରେ ଏକ ସଙ୍ଗେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜନସଚେତନତା ପାଇଁ ବିଭିନ୍ନ ୱାର୍ଡର ମନ୍ଦିର, ମଠ, କୋଠଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ କାଳିଆ ଯୋଜନା ସମ୍ପର୍କରେ ପୋଷ୍ଟର ମାରି ଜନସାଧାରଣଙ୍କୁ ସଚେତନତା କରାଯିବ । ରାଜ୍ୟ ସରକାର ଯେଉଁ ଚାଷୀ ତାଲିକା ପ୍ରକାଶ କରିଛନ୍ତି ସେଥିରୁ ଯେଉଁ ଚାଷୀ ମାନେ ବାଦ ପଡିଛନ୍ତି ସେମାନେ ଫିକା ଗ୍ରୀନ ରଙ୍ଗର ଫର୍ମ ପୂରଣ କରି ସେମାନଙ୍କ ନାମ ଯୋଗ କରି ପାରିବେ । ସେହିପରି ଗୋଲାପି ରଙ୍ଗର ଫର୍ମରେ କାଳିଆ ଯୋଜନାରୁ ବାଦ ପଡିବା ପାଇଁ ଚାହୁଁଥିବା ବ୍ୟକ୍ତି ବିଶେଷ ମାନେ ଫର୍ମ ପୁରଣ କରି ପକାଇ ପାରିବେ ବୋଲି ଜିଲ୍ଲା କୃଷି ଅଧିକାରୀଙ୍କ ଠାରୁ ସୂଚନା ମିଳିଛି । ୨ ତାରିଖରୁ ୧୦ ତାରିଖ ମଧ୍ୟରେ କାଳିଆ ଯୋଜନାରେ ସାମିଲ ଓ ବାଦ ପଡିବା ପାଇଁ ଆବେଦନ କରି ପାରିବେ । ଗ୍ରାମ୍ୟ ପଞ୍ଚାୟତ ଅଧିକାରୀ, ଗ୍ରାମ୍ୟ କୃଷି ଅଧିକାରୀ , ଲାଇଭିଷ୍ଟକ ଇନିସିପେକ୍ଟର, ଉଦ୍ୟାନ ବିଭାଗ କର୍ମଚାରୀ ନିଯୁକ୍ତି ହୋଇଛନ୍ତି । ବିଟିଏମ ସୋଲେଶ କୁମାର ଦାଶ, ଅତିରିକ୍ତ ପଶୁ ଚିକିତ୍ସକ, ଜୁନିୟର ମତ୍ସ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀ ପତାପ କୁମାର ଓ କୃଷି ଓଭରସିୟର ମମତା ମୟୀ ଦାଶ ସେକ୍ଟର ଅଧିକାରୀ ଭାବରେ ରହିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି