ବିଦ୍ଯାଳୟରେ ହାତଧୁଆ କାର୍ଯ୍ଯକ୍ରମ ଅନୁଷ୍ଠିତ
ସାକ୍ଷୀଗୋପାଳ ----ସ୍ୱଚ୍ଛ ଭାରତ ଯୋଜନାରେ ଅଳଗୁମ ଖଣ୍ଡାୟତ ସାହି ପ୍ରାଥମିକ ବିଦ୍ୟାଳୟରେ ହାତଧୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥିଭାବେ ସାକ୍ଷୀଗୋପାଳ ସ୍ଥିତ ସେଣ୍ଟ୍ରାଲବ୍ୟାଙ୍କ ଶାଖାର ପରିଚାଳକ ପ୍ରଶାନ୍ତ ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ପ୍ରଧାନ, ପ୍ରଶିକ୍ଷକ ତଥା ମୋଟିଭେଟର ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଖାଇବା ଆଗରୁ କିପରି ହାତ ଧୋଇବା ଏହା ଦ୍ୱାରା ଆମେ ବିଭିନ୍ନ ରୋଗରୁ ରକ୍ଷା ପାଇ ପାରିବା ବୋଲି ମତ ରଖିଥଲେ । ପରେ ପରେ ବିଦ୍ୟାଳୟ ପରିସରରେ ଏକ ହାତଧୁଆ ପ୍ରଦର୍ଶନୀ କାର୍ଯ୍ୟକ୍ରମ କରାଯାଇଥିଲା । ସ୍ୱାସ୍ଥ୍ୟ , ପରିଛନ୍ନତା ଓ ପରିମଳ ଶିକ୍ଷା କାର୍ଯ୍ୟକ୍ରମରେ ପ୍ରାଥମିକ ଲକ୍ଷ୍ୟ ହୋଉ ବୋଲି ବ୍ୟାଙ୍କ ମ୍ୟାନେଜର ଶ୍ରି ସ୍ୱାଇଁ ତାଙ୍କ ଅଭିଭାଷଣରେ କହିଥିଲେ । ପରିଶେଷରେ ପିଲା ମାନଙ୍କୁ ମିଷ୍ଠାନ ସହିତ ପ୍ରାଇଜ ଅତିଥିମାନେ ପ୍ରଦାନ କରିଥିଲେ । ଅଜୟ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି