ଅଳଗୁମ ଜାଗେଶ୍ବରି ବିଦ୍ଯାଳୟର ସୁବର୍ଣ୍ଣ ଜୟନ୍ତି ପାଳନ ପାଇଁ ପ୍ରସ୍ତୁତି ବୈଠକ
ସାକ୍ଷୀଗୋପାଳ --- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମର ଜାଗେଶ୍ୱରୀ ବିଦ୍ୟାପୀଠର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ବିଦ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣ ଜୟନ୍ତୀ ପାଳନ ଜାନୁୟାରୀ ମାସରେ ପାଳନ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ଏହି ସମାରୋହରେ ବିଦ୍ୟାଳୟର ସ୍ଥାପନ ଠାରୁ ବିଦ୍ୟାଳୟରେ ଶିକ୍ଷା ଦାନ କରିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନିତ କରିବା ପାଇଁ ସୁବର୍ଣ୍ଣ ଜୟନ୍ତୀ କମିଟି ପକ୍ଷରୁ ନିସ୍ପତି ଗ୍ରହଣ କରଯାଇଛି । ମାତ୍ର ବିଦ୍ୟାଳୟ ପାଖରେ କେତେକ ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠିକଣା ନାହିଁ ଏବଂ ଦିବଗଂ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଆତ୍ମିୟ ସ୍ୱଜନ ମାନେ ପରିଚାଳନା କମିଟି ବା ଅଳଗୁମ ଜାଗେଶ୍ୱରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ଯୋଗଯୋଗ କରିବା ପାଇଁ ନିବେଦନ କରାଯାଇଛି । ନଚେତ୍ ୯୮୬୧୯୬୧୫୭୧/ ୯୮୬୧୪୪୩୨୪୨ ଫୋନ ନମ୍ବର ସହିତ ଯୋଗଯୋଗ କରିବା ପାଇଁ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପରିଚାଳନା କମିଟିର ସଭାପତି ଡ. ବ୍ରଜ କିଶୋର ଜେନା ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି