Breaking News

ରବି ବିହନ ବିତରଣ ଓ ବିଶୋଧନ ସମ୍ପର୍କୈ ତାଲିମ ଶିବିର


 ସାକ୍ଷୀଗୋପାଳ---ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଦର ସହାୟତାରେ ରବି ବିହନ ବିରି, ମୁଗ  ବିତରଣ ସହିତ ବିଶୋଧନ କରିବା ପାଇଁ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟିକୁ ସ୍ୱାଦର ସମ୍ପାଦିକା ବୀଣାପାଣି ମିଶ୍ର, ଜିଲ୍ଲା କୃଷି ଅଧିକାରୀ ସାକ୍ଷୀଗୋପାଳର ଅଜୟ ବେହେରା, ଇରି ସଂସ୍ଥାର କୃଷି ବୈଜ୍ଞାନିକ ମନିଷି ଦ୍ୱିବେଦୀ ଶିବିରକୁ ଉଦ୍ଘାଟନ କରିଥିଲେ ।  ଆର୍ଥିକ ସହାୟତା ଯୋଗାଇ ଦୋଇଥିଲେ‘ଇରି’ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ର ଭୁବନେଶ୍ୱର । ମୁଖ୍ୟ ଅତିଥି ଭାବରେ କୃଷି ଉପନିର୍ଦ୍ଦେଶକ ଏସ. ଚନ୍ଦ୍ର ଶେଖର ରାଓ ଯୋଗଦେଇ  କୃଷିର  ଉନ୍ନତି ପାଇଁ ପ୍ରଥମେ ମାଟି ପରୀକ୍ଷା ଓ ବୈଜ୍ଞାନିକ ପ୍ରଦ୍ଧତିକୁ ଚାଷୀ ଅପଣେଇଲେ ଚାଷୀର ଉନ୍ନତି ହେବା ବୋଲି ସେ ମତ ପ୍ରକାଶ କରିଥିଲେ  ।  ଅନ୍ୟ ମାନଙ୍କ ମଧ୍ୟରେ ଇରି ସଂସ୍ଥାର କୃଷି ବୈଜ୍ଞାନିକ ପ୍ରଦ୍ୟୁମ୍ନ କୁମାର ଧଳ , ସାକ୍ଷୀଗୋପାଳ କେ. ବି.କେ ର ବୈଜ୍ଞାନିକ ସୁନିତା ସେଠୀ, ବିଟିଏମ ସୋଲେଶ ଦାଶଙ୍କ ସହିତ ଗ୍ରାମ୍ୟ କୃଷି ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଧାନ ଅପେକ୍ଷା ରବି ଚାଷରେ ଅଧିକ ଲାଭବାନ ହୋଇ ପାରିବ ବୋଲି ବୈଞ୍ଚାନିକ ମାନେ ମତ ରଖିଥିଲେ । ସେହିପରି ବିହନ ବିଶୋଧନ ଯଦି ପ୍ରଥମରୁ ସଠିକ ଭାବରେ କରାଯିବ ତା ହେଲେ ରୋଗ ପୋକ ଫସଲରେ ଲାଗିବେ ନାହିଁ ବୋଲି ଆତୀଥି ମାନେ କହିଥଲେ ।  ପୁରୀ ଜିଲ୍ଲାରେ ସତ୍ୟବାଦୀ, ଡେଲାଙ୍ଗ, ପିପିଲି ଓ ନିମାପଡା ଏହି ୪ଟି ବ୍ଳକରେ ୧୫୦ ହେକ୍ଟରରେ ରବି ଚାଷ କରିବା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଏହି ଚାଷ ପାଇଁ ଇଛା ପ୍ରକାଶ କରିଥିବା ଚାଷୀ ମାନଙ୍କୁ ଶୁକ୍ରବାର ଦିନ ସାକ୍ଷୀଗୋପାଳ ସ୍ଥିତ ନୂଆଗାଁରେ ଥିବା ସ୍ୱାଦର କାର୍ଯ୍ୟାଳୟ ପରିସରରେ  କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅନ୍ୟ ମାନଙ୍କ ମଧ୍ୟରେ ସ୍ୱାଦର ପ୍ରକଳ୍ପ ସଂଯୋଜକ ଶିଶିର କୁମାର ମିଶ୍ର କର୍ମଶାଳାଟିକୁ ପରିଚାଳନା କରିଥିଲେ । ସ୍ୱାଦର ଟ୍ରେଜର ପ୍ରଭାତୀ ମିଶ୍ର ଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts