Breaking News

ପିପିଲି ଏନଏଏସିରେ ମକର ପର୍ବ ପାଳିତ


ପିପିିଲି---- ପିପିଲି ଏନଏଏସିର ନରସିଂହପୁର ବଢ଼େଇ ସାହିରେ ଥିବା ବିଶ୍ୱନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ମକର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମକର ପର୍ବ ଉପଲକ୍ଷେ ଅନୁଷ୍ଠାନ ପକ୍ଷରୁ ଭଜନ ସମାରୋହର ଆୟୋଜନ କରାଯାଇଥିଲା ।  ଉତ୍ସବରେ ମୁଖ୍ୟ ଅତିଥି ଭାବେ ପିପିଲି ବ୍ଳକ ଉପାଧ୍ୟକ୍ଷ ଯୁଧିଷ୍ଠିର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ପିପିଲି ଆତ୍ମାର ଅଧ୍ୟକ୍ଷ ଧରଣୀଧର ସାହୁ, ସମ୍ମାନୀତ ଅତିଥି ଶରତ ଚନ୍ଦ୍ର ବେହରା ଓ ଓରକଳ ସରପଞ୍ଚ ଶଙ୍କର ବେହେରା ପ୍ରମୁଖ ଯୋଗଦେଇ ଭଜନ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ । ପିପିଲି ଏନଏଏସିର କାଉନସିଲର ଅଜୟ ( ଅନା) ମାହରଣା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । 

 ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts