ମଟରସାଇକେଲରେ ଷ୍ଟଣ୍ଡର ସେଲଫି ନେବା ଯୁବକଙ୍କୁ ମହଙ୍ଗା ପଡିଲା
ସାକ୍ଷୀଗୋପାଳ- --- ତିନିଜଣ ଯୁବକ ଏକ ମଟର ସାଇକେଲରେ ଷ୍ଟଣ୍ଡ କରି କାରକୁ ଓଭରଟେକ କରି ନିଜ ମୋବାଇଲିରେ ସେଲଫି ନେବା ସେମାନଙ୍କୁ ନୂଆ ବର୍ଷରେ ମହଙ୍ଗା ପଡିଛି । ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥନଂ-୩୧୬ର ସାକ୍ଷୀଗୋପାଳ ଥାନାର ଅନତି ଦୂର ଓ ଆଦର୍ଶ ନୂଆଗାଁ ଗ୍ରାମ ଛକର ପଛକୁ ଏକ କାରକୁ ମଟର ସାଇକେଲ ଓଭରଟେକ କରିବା ସହ ମୋବାଇଲିରେ ସେଲଫି ନେବା ସମୟରେ ଦୁର୍ଘଟଣା ଘଟିଥିଲା । ଏଥିରେ ମଟର ସାଇକେଲ ଆରୋହୀ ତିନିଜଣ ଯୁବକ ଗୁରୁତର ଭାବରେ ଆହତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଭୁବନେଶ୍ୱର ଅଞ୍ଚଳର ଲିଙ୍ଗିପୁର ଗ୍ରାମର ସରୋଜ କୁମାର ବେହେରା, ପଞ୍ଚୁ ଭୋଇ, ଚନ୍ଦନ ବେହେରା ଏମାନଙ୍କ ବୟସ ପାୟ ୨୫ ରୁ ୩୦ ବର୍ଷ ମଧ୍ୟରେ । ଏମାନେ ଏକ ବାଜାଜ୍ ୨-୨୦ ପଲସର ମଟର ସାଇକେଲ ନଂ- ଓଡି-- ୦୨- ଏକ୍ସ- ୪୯୭୪ ଯୋଗେ ନବବର୍ଷ ପାଳିବା ପାଇଁ ପୁରୀ ଯାଉଥିଲେ । ମାତ୍ର ଗାଡି ଦ୍ରୁତ ଗତିରେ ଯିବା ସହ ମୋବାଇଲିରେ ସେଲଫି ନେବା ସେମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ବୋଲି ଦେଖାଣାହାରୀଙ୍କ ଠାରୁ ପ୍ରକାଶ । ପୁରୀ ଅଭିମୁଖେ ଯାଉଥିବା ଏକ କାରକୁ ପ୍ରଥମେ ଧକ୍କା ଦେଇଥିଲା ପରେ ପରେ ପଛରେ ଥିବା ଏକ କାର ସହିତ ଧକ୍କା ହୋଇଥିଲା । ଯାହା ଫଳରେକି ତିନିଜଣ ଯୁବକ ଗାଡିରୁ ଛିଟଇକି ରାସ୍ତାରେ ପଡିଥିଲେ । ସ୍ଥାନୀୟ ଯୁବକ ମାନେ ସେମାନଙ୍କୁ ତୁରନ୍ତ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆହତ ଯୁବକ ମାନଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସକରାରୀ ମେଡିକାଲକୁ ପଠାଯାଇଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡିଟିକୁ ଜବତ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି। ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି