ନବବର୍ଷରେ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ଭକ୍ତଙ୍କର ଗହଳି
ସାକ୍ଷୀଗୋପାଳ----- ଇଂରାଜୀ ନୂତନ ବର୍ଷ ଉପଲକ୍ଷେ ସାକ୍ଷୀଗୋପିନାଥଙ୍କ ମନ୍ଦିରରେ ଭକ୍ତଙ୍କର ସକାଳୁ ରାତି ପର୍ଯ୍ୟନ୍ତ ଗହଳି ଲାଗିଥିଲା । ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବାର ଜଣାପଡିଛି । ସେହିପରି ପୁରୀରୁ ଠକୁରଙ୍କୁ ଦର୍ଶନ କରି ଫେରିବା ସମୟରେ ସାକ୍ଷୀଗୋପିନାଥଙ୍କୁ ନର୍ଶନ କରିଥିଲେ । ଠାକୁରଙ୍କର ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପହିଳି ଭୋଗ କରାଯାଉଛି । ଏଥିପାଇଁ ରାତିରେ ମନ୍ଦିର ଶ୍ରୀଘ୍ର ପହଡ ପଡୁଥିବା ବେଳେ ରାତି ୩ଟାରୁ ମନ୍ଦିର ଖୋଲାଯାଇ ଠାକୁରଙ୍କର ଦୈନଦିନ ନୀତିକାନ୍ତି କରାଯାଉଛି । ଆଜି ଇଂରାଜୀ ନବବର୍ଷ ଓ ସଫଳା ଏକାଦଶୀ ପଡିଛି । ଏଣୁ ଆଜିର ଦିନରେ ଠାକୁରଙ୍କୁ ଦର୍ଶନ କଲେ ବହୁ ପୁର୍ଣ୍ୟ ମିଳେ ବୋଲି କୁହାଯାଇଛି । ଏଣୁ ପୁରୀ ଶ୍ରୀ ମନ୍ଦିରରେ ଭିଡ ଲାଗି ରହିଥିବା ବେଳେ ସାକ୍ଷୀଗୋପାଳ ମନ୍ଦିରରେ ସେହିପରି ଭକ୍ତ ମାନଙ୍କର ଗହଳି ଲାଗିଥିଲା । ବହାର ରାଜ୍ୟ ଓ ବିଭିନ୍ନ ଜିଲ୍ଲାରୁ ଶତାଧିକ ଭକ୍ତ ମାନଙ୍କର ସକାଳୁ ସଂଧ୍ୟା ପର୍ଯ୍ୟନ୍ତ ଭକ୍ତ ମାନେ ପୂଜାର୍ଚ୍ଚନା କରିବା ସହ ଠାକୁରଙ୍କୁ ଦର୍ଶନ କରି ଖୁସି ମନରେ ପ୍ରସାଦ ନେଇ ଘରକୁ ଫେରିଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି