ଯୁବକର ଯୌନାଙ୍ଗ କାଟି ହତ୍ୟା, ଜଣେ ଅଟକ
ଭଞ୍ଜନଗର - ଯୌନାଙ୍ଗ କାଟି ଯୁବକ କୁ ହତ୍ୟା କରାଯାଇଛି। ଜଗନ୍ନାଥ ପ୍ରସାଦ ଥାନା କଦୁଆ ପଞ୍ଚାୟତର ଯୋଡାବନ୍ଧ ଗାଁ ନିକଟରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣକ ସେହି ଗ୍ରାମର ଲଡ଼ୁ କିଶୋର ସାହୁଙ୍କ ମଧ୍ୟମ ପୁତ୍ର ଚିତ ରଞ୍ଜନ ସାହୁ (୪୩) l ତେବେ କୌଣସି ଦୁର୍ବୁର୍ତ୍ତ ଧାରୁଆ ଅସ୍ତ୍ରରେ ଯୁବକର ଯୌନାଙ୍ଗ କାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି l ଖବର ପାଇ ଘଟଣାସ୍ଥଳରେ ଜଗନ୍ନାଥ ପ୍ରସାଦ ପୋଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ କିଛି ଦୂରରେ ପଡିଥିବା ବ୍ଲେଡ, ଚପଲ ଏବଂ ମୋବାଇଲ କୁ ଜବତ କରିଛି ପୋଲିସ । ବିଭିନ୍ନ ଦିଗକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି ପୋଲିସ l ସ୍ଥାନୀୟ ବଜାରରେ ଥିବା ସିସିଟିଭ ଫୁଟେଜ୍ କୁ ଯାଞ୍ଚ ସହ ତାନଭିନ ଜାରିରଖିଛି ପୋଲିସ l ସୂଚନା ପ୍ରକାରେ ଚିତ ରଞ୍ଜନ ରବିବାର ସଂଧ୍ୟାରୁ ଘରକୁ ଫେରିନଥିଲେ l ବିଳମ୍ବ ହେବାରୁ ତାଙ୍କ ବଡ଼ଭାଇ ସିମାଞ୍ଚଳ ସାହୁ ଏବଂ ଜେଜେବାପା ଦଣ୍ଡପାଣି ସାହୁ, ଯୋଡବନ୍ଧ ଗାଁ ଛକ ଓ ବିଭିନ୍ନ ସ୍ଥାନ ଖୋଜାଖୋଜି ପରେ ଚିତ୍ତରଞ୍ଜନକୁ ପାଇନଥିଲେ l ସୋମବାର ସକାଳୁ ଗାଁ କୁ ଯିବା ରାସ୍ତା ପାର୍ଶ୍ୱରେ ଥିବା କାଜୁ ତୋଟା ନିକଟକୁ ଯାଇ ଖୋଜିବା ବେଳେ ଚିତ୍ତରଞ୍ଜନର ଚପଲକୁ ଦେଖି ମୃତଦେହ ଚିହ୍ନଟ କରିଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି | ଏହି ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା ଜାରି ରହିଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୭/୨୦୨୪----୬,୧୦ Sakhigopal News,2/7/2024