Breaking News

ଘୁମୁସର ବିକାଶ ପରିଷଦ ଓ ଘୁମୁସର ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାନ୍ୟବର ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା



ଭଞ୍ଜନଗର-- ଘୁମୁସର ବିକାଶ ପରିଷଦ ଭଞ୍ଜନଗର ଓ ବୁଗୁଡ଼ା ଘୁମୁସର ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ ଙ୍କ ନେତୃତ୍ୱ ରେ ମନ୍ତ୍ରୀ ଙ୍କ ବାସଭବନ ରେ ସାକ୍ଷାତ କରି ଭବ୍ୟ ସମ୍ବର୍ଦ୍ଧନା ଜଣାଇଛନ୍ତି । ଘୁମୁସର ଜିଲ୍ଲା ଗଠନ ସମ୍ପର୍କ ରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।  ନୂଆ ଜିଲ୍ଲା ପାଇଁ ଦାବୀ ଉଠୁଛି ଭିତିଭୂମି ଦୃଷ୍ଟିରୁ ଘୁମୁସର ଜିଲ୍ଲା ର ପ୍ରାଥମିକତା ରହିଛି । ନୂଆ ସରକାର ନୂଆ ଜିଲ୍ଲା ଗଠନ ବିଚାରକୁ ନେବାବେଳେ ଘୁମୁସର ଜିଲ୍ଲା ନିଶ୍ଚୟ ଗଠନ ହେବ. ସେଥିପ୍ରତି ଘୁମୁସରର ବିଧାୟକ ମାନେ ବେଶ ସଚେତନ ଅଛୁ । ସାଧାରଣ ସମ୍ପାଦକ ପ୍ରକାଶ ସାହୁଙ୍କ ଘୁମୁସରିଆ ପ୍ରଜାତି ଗାଈ ଙ୍କ ସମ୍ପର୍କ ରେ ଏକ ପ୍ରଶ୍ନ ର ଉତ୍ତର ରେ କହିଥିଲେ ମୋ ବିଭାଗ ଏଇ ପ୍ରଜାତି ଗାଈ ମାନଙ୍କ ସଂରକ୍ଷଣ ପାଇଁ ଯଥେଷ୍ଟ ଦୃଷ୍ଟି ଦେବ ।  ଆବଶ୍ୟକ ପରିମାଣ ରେ ଗୁହାଳ ମଧ୍ୟ ଯୋଗାଇଦେବା ସାଙ୍ଗକୁ ଗୋପାଳକ ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଦିଆଯିବ। ଏହି ପ୍ରତିନିଧି ଦଳରେ ବୁଗୁଡ଼ା ଓକିଲ ସଂଘ ର ବରିଷ୍ଠ ଓକିଲ ମହନ୍ତ ଭକ୍ତରାମ ଦାସ, ଅମର ପଟ୍ଟନାୟକ ଅନିଲ କୁମାର ପଟନାୟକ, ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ଗଙ୍ଗାଧର ବିଷୋୟୀ ସଭ୍ୟ ଟି ସତ୍ୟ ନାରାୟଣ ପାତ୍ର, ରାଜେନ୍ଦ୍ର ରାଓ ଦୋରା, ଗୋରକ୍ଷା ସମିତିର କରାଚୁଲି ମଠର ମଠଧୀଶା, କୁଆଁର ଶୁଣି ବାବାଜୀ ସ୍ବେଛାସେବୀ ସଂଗଠନର ଅରୁଣ କୁମାର ସାହୁ ଓ ବିକାଶ ପରିଷଦର କୋଷାଧକ୍ଷ ସୁଶାନ୍ତ ପାତ୍ର ସଭ୍ୟ ଗୋପାଳ ଚନ୍ଦ୍ର ଲେଙ୍କା, ପିତାମ୍ବର ପରିଡା, ଆଚାର୍ଯ୍ୟ ରବିନାରାୟଣ ସାମନ୍ତ, ସୁଧୀର କୁମାର ନାୟକ ଓ ସାମ୍ବାଦିକ ରଂଜିତ ଜେନା ଉପସ୍ଥିତ ଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୭/୨୦୨୪----୮,୨୫  Sakhigopal News,3/7/2024

Blog Archive

Popular Posts