Breaking News

ଯୋଡାବନ୍ଧ ହତ୍ୟା ଘଟଣାର ପର୍ଦ୍ଧାଫାଶ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି, ବନ୍ଧୁ ସାଜିଥିଲା ହତ୍ୟାକାରୀ




ଭଞ୍ଜନଗର-- -  ସାଙ୍ଗକୁ ମଦ ପିଇବାକୁ ଡାକି ନେଲା । ଗାଁ ପାଖ କାଜୁ ଜଙ୍ଗଲ ନିକଟରେ ଉଭୟେ ବସିକି ମଦ ପିଇଲେ । ଏହା ପଛରେ ବନ୍ଧୁ ଜଣକ ଏଭଳି ସାଂଘାତିକ ଷଡ଼ଯନ୍ତ୍ର ରଚିଥିଲା, ତାହା ଅନ୍ୟ ବନ୍ଧୁ ଜଣକ ଜାଣି ପାରିଲା ନାହିଁ । ରାତି ଯେତିକି ବଢିଲା, ମଦନିଶା  ସେତିକି ଉଗ୍ର ହେଲା । ଶେଷରେ ବନ୍ଧୁ ର ତଣ୍ଟି କୁ ଚିପି ଘଟଣା ସ୍ଥଳରେ ହିଁ ହତ୍ୟା କଲା । ସେତିକିରେ ହତ୍ୟାକାରୀ ବନ୍ଧୁ ର ମନ ବୁଝିନଥିଲା । ସାଙ୍ଗରେ ନେଇଥିବା ଧାରୁଆ ଅସ୍ତ୍ରରେ, ମୃତକ ର ଯୌନାଙ୍ଗ କାଟି, ହାତରେ ଧାରାଇ ଦେଇ ଚାଲିଗଲା । ପରଦିନ ଘଟଣା ପ୍ରଘଟ ହେବାପରେ ମୃତଦେହ ଠାବ ହେଲା । ମୃତ ଦେହ ଜବତ କରି ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ,  ପୋଲିସ ତଦନ୍ତ ଆରମ୍ଭ କଲା । ତେବେ ଘଟଣା ପଛରେ ବଡ଼ ସନ୍ଦେହ ରହିଥିଲା, ମୃତ ଯୁବକର ଯୌନାଙ୍ଗ କାଟିବା ଏବଂ ମୃତକର ହାତରେ ଯୌନାଙ୍ଗ କୁ ଧରାଇବା । ଯାହାର ପର୍ଦ୍ଦାଫାଶ କରି ଅଭିଯୁକ୍ତ କୁ ଗିରଫ କରିଛି ଜଗନ୍ନାଥପ୍ରସାଦ ଥାନା ପୋଲିସ । ଏହା ଘଟିଥିଲା ଏହି ଥାନା ଅନ୍ତର୍ଗତ ଯୋଡାବନ୍ଧ ଗାଁ ନିକଟରେ । ହତ୍ୟା ର ଶିକାର ହୋଇଥିଲେ , ସେହି ଗାଁର  ଚିତ୍ତରଞ୍ଜନ ସାହୁ (୪୩) । ଗିରଫ ଅଭିଯୁକ୍ତ ଜଣକ, ସେହି ଗାଁର ତଥା ମୃତକ ଙ୍କ ପଡୋଶୀ ଗନ୍ଧର୍ବ ସାହୁ । ପୋଲିସ ଦେଇଥିବା ସୂଚନା ପ୍ରକାରେ, ଗନ୍ଧର୍ବ ଭୁବନେଶ୍ଵର ରେ ରହି ଡ୍ରାଇଭର ଭାବେ କାମ କରୁଥିଲେ । ଯୋଡାବନ୍ଧ ଗାଁ ରେ ରହୁଥିଲେ ତାଙ୍କ ପରିବାର । ଅନ୍ୟପକ୍ଷରେ ଚିତ୍ତରଞ୍ଜନ ମଧ୍ୟ ସୁରତ ରେ କାମ କରୁଥିଲା । ସେ କିଛି ବର୍ଷ ହେଲା ଗାଁ କୁ ଆସି ରହୁଥିଲା । ଉଭୟ ଗନ୍ଧର୍ବ ଏବଂ ଚିତ୍ତରଞ୍ଜନ ଦୁଇ ବନ୍ଧୁ ।  ଭୁବନେଶ୍ଵର ରେ ରହୁଥିବା ଗନ୍ଧର୍ବ ର ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଙ୍କୁ ଚିତ୍ତରଞ୍ଜନ ଖରାପ ବ୍ୟବହାର କରିଥିବା ସେ ଜାଣିବାକୁ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ରହିଥିଲା । ଏହାର ଜବାବ ଦେବାଲାଗି ଘଟଣା ଦିନ ଅର୍ଥାତ୍ ୩୦ ତାରିଖ ସନ୍ଧ୍ୟାରେ ମଦ ପିଇବାକୁ କୌଶଳ କରି ଚିତ୍ତରଞ୍ଜନ କୁ ଗାଁ ପାଖ କାଜୁ ଜଙ୍ଗଲକୁ ଡାକି ନେଇଥିଲା ଗନ୍ଧର୍ବ ।  ଏବଂ ସେଠାରେ ମଦ ପିଆଇ ଅତି ଚତୁରତାର ସହ ତଣ୍ଟି ଚିପି ଚିତ୍ତରଞ୍ଜନ କୁ ହତ୍ୟା କରିଥିଲେ ଗନ୍ଧର୍ବ । ସେତିକିରେ ଅଭିଯୁକ୍ତ ବନ୍ଧୁ ର ମନ ବୁଝିନଥିଲା । ସାଥିରେ ନେଇଥିବା ଧାରୁଆ ଅସ୍ତ୍ରରେ ମୃତକର ଯୋୖନାଙ୍ଗ କୁ କାଟି  ହାତରେ ଧରାଇ ଦେଇଥିଲା । ହେଲେ ନରହତ୍ୟା ଏବଂ ଏଭଳି ନାରକୀୟ ହତ୍ୟା ରହସ୍ୟ, ବେଶି ସମୟ  ଲୁଚି ରହିଲା ନାହିଁ । ଶେଷରେ ପୋଲିସ ହାତରେ ଧରା ପଡି ଗିରଫ ହେଲା ଗନ୍ଧର୍ବ । ଏବେ ସେ ଜେଲ୍ ରେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୭/୨୦୨୪-----୮,୩୫ Sakhigopal News,3/7/2024

Blog Archive

Popular Posts