Breaking News

ସ୍ୱାଧିନତାର ୭୭ବର୍ଷ ପରେ ବି ଗାଁ ଅନ୍ଧାର, ବିଦ୍ୟୁତ ଅପେକ୍ଷା ରେ ଗିରିଡିଆମ୍ବା ଗାଁ




ଓଡଗାଁ:- ଦିନକ ପୂର୍ବରୁ ସ୍ୱାଧିନତା ଦିବସ ପାଳନ କରାଗଲା। ସ୍ୱାଧିନ ଭାରତର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ନାନାଦି ଯୋଜନା ଘୋଷଣା କରୁଛନ୍ତି। କିନ୍ତୁ ଯୋଜନା ଘୋଷଣା କେବଳ କାଗଜରେ ହିଁ ରହି ଯାଇଛି। ସ୍ୱାଧିନତାର ୭୭ବର୍ଷ ପରେ ମଧ୍ଯ ଆଜି ପର୍ଯ୍ଯନ୍ତ ବିଦ୍ୟୁତ ନଥିବା ଗାଁ ହେଲା ଓଡ଼ଗାଁ ବ୍ଳକ ଅଧିନ ବାଣ୍ଠପୁର ପଞ୍ଚାୟତ ର ଗିରିଡିଆମ୍ବା ଗାଁ। ଯେଉଁଠାରେ ଆଜି ପର୍ୟ୍ଯନ୍ତ ବିଦ୍ୟୁତ ନାହିଁ। ଏନେଇ ବିଭିନ୍ନ ସମୟରେ ଗ୍ରାମବାସୀ ନେତା, ପ୍ରଶାସନ ସମସ୍ତଙ୍କ ପାଖରେ ଗୁହାରି କରିଥିଲେ ମଧ୍ୟ କେହି ଶୁଣି ନାହାନ୍ତି । ଗ୍ରାମବାସୀମାନେ କୁହନ୍ତି ସ୍ଥାନୀୟ ବ୍ଳକ ଅଧ୍ଯକ୍ଷ ଲୋକନାଥ ସାହୁ ଓ ଜିଲ୍ଲା ପରିଷଦ ସଭ୍ଯା ବିରଜାଲକ୍ଷ୍ମୀ ସାହୁ ଓ ବିଧାୟକ ଅରୁଣ ସାହୁ ନିଜ କର୍ମୀଙ୍କ ସହ ନିକଟସ୍ଥ ଏକ କାର୍ଯ୍ଯରେ ଯାଉଥିଲେ । ଏହା ଦେଖି ଗ୍ରାମବାସୀ ମାନେ  ଡାକିବାରୁ ବିଧାୟକଙ୍କ ସହ ଅନ୍ୟ ଜନ ପ୍ରତିନିଧି ମାନେ ସେମାନେ  ଗାଡିରେ ଚାଲିଯାଇଥିଲେ। ଏମିତି କି ସ୍ଥାନୀୟ ବିଦ୍ୟୁତ କର୍ମଚାରୀ ଲାଇନ ଦେବା କହି ଗରିବ ଆଦିବାସୀ ମାନଙ୍କଠାରୁ ୧୦ହଜାର ଲାଞ୍ଚ ନେଇ ବିଦ୍ୟୁତ ଦେଇନଥିବା ଗାଁ ଲୋକ ଅଭିଯୋଗ କରୁଛନ୍ତି। ତେବେ ଏନେଇ ବିଦ୍ୟୁତ ବିଭାଗ ଜେଇ ଜିତେନ୍ଦ୍ର ମହାରଣାଙ୍କୁ ପଚାରିବାରେ ବିଦ୍ୟୁତ ଦେବା କହି ଫୋନ୍ କାଟି ଦେଉଛନ୍ତି। ତେବେ ଆଗକୁ ଏହି ଗାଁ କୁ ବିଦ୍ୟୁତ ପହଞ୍ଚୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା। ଏଥିପ୍ରତି ୫ଟି ସଚ୍ଚିବ ଓ ମୁଖ୍ୟମନ୍ତ୍ରୀ ନଜର ଦେବାକୁ ଗ୍ରାମ ବାସୀ ମାନେ ଦାବି କରିଛନ୍ତି।
ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୧୬/୮/୨୦୨୩----୯,୨୦ Sakhigopal News,16/8/2023

Blog Archive

Popular Posts