Breaking News

ଓଡିଶା ସରକାରଙ୍କ ନିର୍ମାଣ ବିଭାଗ ଦ୍ୱାରା ସ୍ଥାପିତ ସୂଚନା ବୋର୍ଡରେ ଦେଖିବାକୁ ମିଳିଛି ଅନେକ ତ୍ରୁଟି ପୂର୍ଣ୍ଣ ଲେଖା ଯାହାକୁ ନେଇ ଜୋର ଧରିଛି ଚର୍ଚ୍ଚା



ଜଟଣୀ - ସହରର ଉନ୍ନତିକରଣ ତଥା ବହୁ ଦିନର ଦୁଃଖ ରେଳବାଇର ଭୁତଳ ରାସ୍ତାର ଦୟନୀୟ ଅବସ୍ଥାରୁ ସହର ବାସି ରକ୍ଷା ପାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଙ୍କ ମିଳିତ ସହଯୋଗରେ ସ୍ଥାନୀୟ ସୀତାରାମ ଛକ ୟୁନିଅନ ବ୍ୟାଙ୍କ ଠାରୁ କୁଦିଆରୀ ବଜାର ଜନ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ୧ କିଲୋମିଟର ବ୍ୟାପି ଓଭର ବ୍ରିଜର କାମ ଆଜକୁ ୮ ବର୍ଷ ହେବ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ l ଏହାର ମୁଖ୍ୟ କାରଣ ସ୍ଥାନୀୟ ହୀନ ରାଜନୀତି l 2016 ମସିହାରେ ବ୍ରିଜ ନିର୍ମାଣ ପାଇଁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା l ନିର୍ମାଣ କାର୍ଯ୍ୟ ଆରମ୍ଭରୁ ଅନେକ ରାଜନୈତିକ କୁଚକ୍ରୀ ବ୍ୟକ୍ତିଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଏହି ବ୍ରିଜର ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ l ସହର ବାସି ବ୍ରିଜର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଶେଷର ଅନିଶ୍ଚିନ୍ତତା ଭିତରେ ଗତି କରୁଥିବା ବେଳେ ହଠାତ ରାଜ୍ୟ ସରକାରଙ୍କ ନିର୍ମାଣ ବିଭାଗ ଦ୍ୱାରା ସ୍ଥାପିତ ସୂଚନା ବୋର୍ଡକୁ ଦେଖି ସହର ବାସି ବିସ୍ମିତ l ସୂଚନା ବୋର୍ଡରେ ଲିଖିତ ଭାଷାର ଅନେକ ତ୍ରୁଟି ଦେଖିବାକୁ ମିଳିଛି l "ରେଳ ଉପରେ ବ୍ରିଜ ନିର୍ମାଣ ' କୁଦିଆରୀ l ଏହି ଓଭର ବ୍ରିଜ ଜଟଣୀ ବାସୀଙ୍କ ହିତ ଉଦ୍ଦେଶ୍ୟରେ ନିର୍ମାଣ ହେଉଥିବା ବେଳେ ଗୋଟିଏ ଗ୍ରାମର ନାମ ଲେଖିବା ଏହା କେତେଦୂର ଯଥାର୍ଥ l ପ୍ରକଳ୍ପ ଅକାଳନ ମୂଲ୍ୟ ଟା.104.698 କୋଟି ସୂଚିତ ଥିବା ବେଳେ ଏହି ବ୍ରିଜ ନିର୍ମାଣ ପାଇଁ 54 କୋଟି 97 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇ ବର୍ତ୍ତମାନ 104 କୋଟି 698 ଲକ୍ଷ ଟଙ୍କାରେ ପହଞ୍ଚିଲାଣି ତଥାପି ଆକଳନ ହୋଇପାରୁନାହିଁ l ବ୍ରିଜ ନିର୍ମାଣର ବହୁକାର୍ଯ୍ୟ ବାକିଥିବା ବେଳେ କାର୍ଯ୍ୟର ଆକଳନ ତାରିଖ 15/07/23 ସୂଚିତ ହୋଉଛି l ଏଥିରେ ସୂଚିତ ଥିବା ନିର୍ମାଣକାରି ସଂସ୍ଥାର ଯୋଗାଯୋଗ ନଂ ଦ୍ୱାରା ଯୋଗାଯୋଗ କରିବାରେ ସେ ଏ ବିଷୟରେ ଜାଣିନଥିବା ସଫେଇ ଦେଇଛନ୍ତି l ତେବେ ଏଠି ପ୍ରଶ୍ନ ଉଠେ ଏହି ସୂଚନା ବୋର୍ଡ ବିଷୟରେ ସଂସ୍ଥାର ସୁପେରଭାଇଜର, କଣ୍ଟ୍ରାକ୍ଟର ଏବଂ ନିର୍ମାଣ ବିଭାଗ ଆଜ୍ଞାତ ଥିବା ବେଳେ ଏହି ସୂଚନା ବୋର୍ଡ ସ୍ଥାପିତ କରିବାରେ କାହାର ହାତ ଅଛି ଏହା ଚର୍ଚ୍ଚାର ବିଷୟ ପାଲଟିଛି l ଏହି ବ୍ରିଜ ନିର୍ମାଣ କାର୍ଯ୍ୟରେ କେନ୍ଦ୍ରସରକାରଙ୍କ ଶତପ୍ରତିଶତ 40 ଭାଗ ଖର୍ଚ୍ଚ ବହନ କରିଥିବା ବେଳେ ସୂଚନା ଫଳକରେ କେବଳ ନବୀନ ପଟ୍ଟନାୟକଙ୍କ ଫୋଟୋ ଥିବାରୁ ଏଥିରେ ଦଳୀୟ ରାଜନୀତି ଜୋର ଧରିଲାଣି l ସେହିପରି ଭାବରେ ସ୍ଥାନୀୟ ପ୍ରେସ କ୍ଲବ ନିକଟରେ ରାତିଅଧିଆ ଥାନାଛକରୁ ତିରିମଲ ରାସ୍ତା ନିର୍ମାଣର ଏକ ସୂଚନା ବୋର୍ଡ ସ୍ଥାପିତ କରାଯାଇଛି l ସେଥିରେ ମଧ୍ୟ ଭାଷାଗତ ଲେଖା ତ୍ରୁଟି ରହିଛି l ଗ୍ରାମ "ତିରିମଲ" ଜାଗାରେ "ତିରିମାଳ'l ଏହି ବୋର୍ଡରେ ଚଳିତ ମାସ ୧୭ ତାରିଖ ସୁଦ୍ଧା ଶେଷ ହେବାର ଅକାଳନ କରାଯାଇଛି l ବୋର୍ଡରେ ସୂଚିତ ଥିବା ନିର୍ମାଣ କାରି ସଂସ୍ଥା ଶିବ ପ୍ରସାଦ ପରିଡାଙ୍କ ଯୋଗାଯୋଗ ନଂ ରେ ଯୋଗାଯୋଗ କରିବାରୁ ସେ ମଧ୍ୟ ଜାଣିନଥିବା କହିଛନ୍ତି l ସହର ଜନସାଧାରଣ ଏବଂ ବିଦ୍ଧିଜୀବୀଙ୍କ ମତରେ ଏପରି ତ୍ରୁଟି ପୂର୍ଣ୍ଣ ଲେଖାପାଇଁ ସରକାର ତଥା ଆମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅପମାନ ସଦୃଶ୍ୟ ପରିଲିକ୍ଷିତ ହେଉଛି l ପ୍ରକଳ୍ପ କାର୍ଯ୍ୟ ଶେଷ ପରେ ସମ୍ପୂର୍ଣ୍ଣ ତଥ୍ୟ ଥାଇ ସୂଚନା ବୋର୍ଡ ସ୍ଥାପିତ କରିବା ନିୟମ ଥିବା ବେଳେ କାର୍ଯ୍ୟ ସମାପ୍ତ ନ ହେଉଣୁ ଏକ ନିର୍ଦ୍ଧାରିତ ତାରିଖ ଭିତରେ ନିର୍ମାଣ କାର୍ଯ୍ୟ ଶେଷ ତାରିଖ ସୂଚିତ ହୋଇଥିବା ବେଳେ ପଣ୍ଡିତ ଭଳି ଆକଳନ ତାରିଖ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେଉଛିକି ନାହିଁ ତାହା ଦେଖିବାର ବାକି ରହିଲା l ଯଦି ଏହାର ବ୍ୟତିକ୍ରମ ଘଟେ ଏଥିପାଇଁ ରାଜ୍ୟସରକାରଙ୍କ ନିର୍ମାଣ ବିଭାଗ ସମ୍ପୂର୍ଣ୍ଣ ଦାଇ ରହିବେ ଏବଂ ଏହା ପାଇଁ ଜଟଣୀ ଜନସାଧାରଣ ଠିକ ସମୟରେ ଠିକ ଜାଗାରେ ଏହାର ଉତ୍ତର ଦେବେ ବୋଲି ମତ ପ୍ରକାଶ କରିଛନ୍ତି l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୭/୨୦୨୩---୭,୧୦ Sakhigopal News,4/7/2023

Blog Archive

Popular Posts