ଶ୍ରୀ ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଡାଲବ ପଞ୍ଚାୟତର ବାନିପାଲି(କନ୍ଧପଡା) ଠାରେ ଆସନ୍ତା ୯ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ନବନିର୍ମିତ ଶ୍ରୀ ଶ୍ରୀ ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବ। ଏଥିରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଆସି ଯୋଗଦାନ କରି ମା ସନ୍ତୋଷୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ମା ସନ୍ତୋଷୀ ପୂଜା କମିଟି ଗ୍ରାମବାସୀ ମାନଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଶୁକ୍ରବାର ଦିନ ଅମୃତ ଲଗ୍ନରେ ମା ସନ୍ତୋଷୀ ମନ୍ଦିର ପ୍ରବେଶ ଓ ପୂର୍ଣ୍ଣାହୁତି ହେବ। ଏହିଦିନ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଛି। ସଂଧ୍ୟାରେ ସାଂସ୍କୃତିbକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୫/୨୦୨୩----୮,୫୫ Sakhigopal News,8/5/2023