ସତ୍ୟବାଦୀ ବ୍ଳକ ଶୁକଳ ପଞ୍ଚାୟତରେ ରାସନ ଚାଉଳ ପ୍ରଦାନରେ ହେରଫେର, ବିଡ଼ିଓ ଙ୍କୁ ନିକଟରେ ଅଭିଯୋଗ
ସାକ୍ଷୀଗୋପାଳ,--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶୁକଳ ଗ୍ରାମ ପଞ୍ଚାୟତର ଚାରି ଗୋଟି ୱାର୍ଡ ରେ ରାସନ ଚାଉଳ ଯୋଗାଣରେ ବଡ଼ ଘୋଟାଲା ହୋଇଥିବା ନେଇ ବିଡ଼ିଓଙ୍କୁ କରିଛନ୍ତି ଅଭିଯୋଗ । ଡିଲରଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶତାଧିକ ମହିଳା ଓ ପୁରୁଷ ଦାବି କରିଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଖାଉଟିମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସୁଚନା ମୁତାବକ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ର ୨ନମ୍ବର,୩ନମ୍ବର,୪ନମ୍ବର,ଏବଂ ୫ ନମ୍ବର ର ୪ ଗୋଟି ୱାର୍ଡ ବାସିନ୍ଦା ଡିଲର ପ୍ରଭାତ ମହାନ୍ତି ଙ୍କ ଠାରୁ ସରକାର ଙ୍କ ଦ୍ଵାରା ପ୍ରଦାନ ରାସନ ସାମଗ୍ରୀ ନେଉଥିଲେ । ପରେ ଡିଲର ପ୍ରଭାତ ପୁରୁଣା ହେବା ପରେ ଏମଆଇଙ୍କ ଏଜେଣ୍ଟ ମାଧ୍ୟମରେ ଖାଉଟି ମାନଙ୍କୁ ଲୁଟିବା ଆରମ୍ଭ ହେଲା । ଏ ସମ୍ପର୍କରେ ବ୍ଳକ ଏମଆଇଙ୍କ ନିକଟରେ ହିତାଧିକାରୀ ଅଭିଯୋଗ କରିଥିଲେ ମଧ୍ୟ ଏମଆଇଙ୍କ ଏଜେଣ୍ଟ ତଥା ମଉସାଙ୍କ ମାଧ୍ୟମରେ ସବୁ ମାଫ କରାଗଲା ।ଏହାର ଫାଇଦା ନେଇ ଟିପ ଚିହ୍ନ ନେଇ ସେମାନଙ୍କ ନାମରେ ଆସିଥିବା ୩ ମାସର ଚାଉଳ ହଡପ କରିଥିବା ନେଇ ଅଭିଯୋଗ ଆଣିଛନ୍ତି ୪ ଗୋଟି ୱାର୍ଡ ବାସୀ। ଏ ନେଇ ବିଡ଼ିଓ ଲୋଚନ ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଏହା ଉପରେ ଉଚିତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ହିତାଧିକାରୀ ଓ ସମିତି ସଭ୍ୟ । ଅନ୍ୟ ପକ୍ଷେ ଅଭିଯୋଗ ପାଇବା ପରେ ବିଡ଼ିଓ ଲୋଚନ ଦାସ କହନ୍ତି ଉକ୍ତ ବିଲର କାର୍ଯ୍ୟରୁ ଇସ୍ଥଫା ଦେଇ ସାରିଛନ୍ତି ଏବଂ ଖୁବଶୀଘ୍ର ଏକ ନୂଆ ଡିଲର ସେଠାରେ ନିଯୁକ୍ତି କରାଯିବ । ଯଦି ଚାଉଳ ପାଇବାରୁ ବଞ୍ଚିତ ହୋଉଥିବା ହିତାଧିକାରୀ ମାନେ ଏକ କାଗଜରେ ସେମାନଙ୍କ ନାମ ଓ ରାସନ କାର୍ଡ ନମ୍ବର ପ୍ରଦାନ କଲେ ଅନଲାଇନ ରେ ଚେକ କରାଯିବ ଯଦି କୌଣସି ବ୍ୟକ୍ତି ଚାଉଳ ପାଇବାରୁ ବଞ୍ଚିତ ହୋଇଥିବେ ତେବେ ତାଙ୍କୁ ଖୁବଶୀଘ୍ର ଚାଉଳ ପ୍ରଦାନ କରାଯିବ । ଯଦି ଉକ୍ତ ବିଲର ଚାଉଳ ହେରଫେର କରିଥିବା ପ୍ରମାଣ ମିଳିବ ତାହା ହେଲେ ସେହି ଡିଲର ଙ୍କ ଉପରେ ଆଇନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ଆଗାମୀ ଦିନରେ ଏହାର ସମାଧାନ କରାଯାଇ ଚାଉଳ ନ ପ୍ରଦାନ କରାଯାଏ ତେବେ ରାଜ ରାସ୍ତା କୁ ଓଲ୍ହାଇବେ ଏହି ପଞ୍ଚାୟତର ୪ ଟି ୱାର୍ଡ ବାସୀମାନେ ବୋଲି ଚେତାବନୀ ଦେଇଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮,୫୫ Sakhigopal News,8/5/2023