ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କୁ ସମ୍ବର୍ଦ୍ଧନା
ଭଞ୍ଜନଗର- ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଁରାଜୀ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ପ୍ରଫେସର ସାତ୍ୟକି ସାହୁ ଅବସର ନେଇଛନ୍ତି। ଏନେଇ କଲେଜ ରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ହୋଇଥିଲା। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ। ସହ ସମ୍ପାଦକ ଅଧ୍ୟାପକ ଅମିୟ ରଞ୍ଜନ ପଣ୍ଡା ସ୍ଵାଗତ ଭାଷଣ ଦେଇଥିଲେ। ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ଇଁରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ବିଭାସ ଦାସ, ମୁଖ୍ଯ କିରାଣୀ ଦାମୋଦର ରଥ ପ୍ରମୁଖ ଆଲୋଚନାରେ ଭାଗ ନେଇ ଶ୍ରୀ ସାହୁଙ୍କ କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ଏହି ଅବସରରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଏବଂ ଓମ୍ ଶାନ୍ତି ପକ୍ଷରୁ ଶ୍ରୀ ସାହୁ ଙ୍କୁ ସ୍ଵତନ୍ତ୍ର ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କଲେଜ କୁ ବଦଳି ହୋଇ ଆସିବା ପୂର୍ବରୁ ଶ୍ରୀ ସାହୁ କବିସୂର୍ଯ୍ୟନଗର ଏବଂ ନରେନ୍ଦ୍ରପୁର କଲେଜରେ ଅଧ୍ୟାପନା କରୁଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୫/୨୦୨୩----୭,୩୦ Sakhigopal News,3/5/2023