Breaking News

ଅଗ୍ନିକାଣ୍ଡ ଘଟି ଦୁଇ ପରିବାରର ପାଞ୍ଚ ବଖରା ଘର ପୋଡିଯାଇଛି


 
ସାକ୍ଷୀଗୋପାଳ----ପୁରୀ ଜିଲ୍ଲା, ସତ୍ୟବାଦୀ ଥାନା ଅନ୍ତର୍ଗତ ସାରଙ୍ଗ ଯୋଡି ପଞ୍ଚାୟତର ହରିଜନ ସାହିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଛି । ଦିନ ୧ଘଟିକା ସମୟରେ ରବିନ୍ଦ୍ର ବେହେରା ସ୍ତ୍ରୀ -ସୁଲୋଚନା ବେହେରା, ଘରେ ରୋଷେଇ କରୁଥିବା ସମୟରେ ରନ୍ଧା ଚୁଲିରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଏହି  ଅଗ୍ନିକାଣ୍ଡରେ   ରବିନ୍ଦ୍ରଙ୍କର ୩ବଖରା ଚାଳ ଘର ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ଜୟକୃଷ୍ଣ ବେହେରା ଓ କମଳାକାନ୍ତ ବେହେରା ଙ୍କ ଘରମଧ୍ୟ ପୋଡି ଯାଇଛି । ଅଗ୍ନିଶମ ଗାଡି ଆସି ଅଧବାଟରେ ରାସ୍ତା ନ ଥିବାରୁ ଅଟକି ରହିଥିଲା । ଗ୍ରାମବାସୀଙ୍କ ଦ୍ବାରା ନିଆଁ ବହୁକଷ୍ଟ ରେ ଲିଭାଯାଇଥିଲା । ଘଟଣାସ୍ଥଳରେ କୌଣସି ସରକାରୀ କର୍ମଚାରୀ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ପହଞ୍ଚିି ନଥିଲେ।  ଅଗ୍ନିବିପନ୍ନ ପରିବାର ଏବେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି। ଆଗକୁ ଆସୁଛି ବାତ୍ୟା। ତୁରନ୍ତ ଅଗ୍ନବିପନ୍ନ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ଦାବି ହେଉଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୫/୨୦୨୩---୭,୧୦ Sakhigopal News,3/5/2023

Blog Archive

Popular Posts