ବିଦେଶୀ ମଦ ଦୋକାନ ରୁ ଲକ୍ଷାଧିକ ଟଙ୍କା ଓ ବିଦେଶୀ ମଦ ଚୋରି
ଭଞ୍ଜନଗର - ଭଞ୍ଜନଗର ଥାନା ଅନ୍ତର୍ଗତ ବେଲଗୁଣ୍ଠା ରୋଡ଼ ର ଜାମପଲ୍ଲୀ ଛକ ନିକଟ ବିଦେଶୀ ମଦ ଦୋକାନ ରୁ ବଡ ଧରଣରୁ ଚୋରି ହୋଇଛି। ଖବର ପାଇ ଘଟଣା ସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଖବର ନେବାରେ ଦୁର୍ବୃତ୍ତ ମାନେ ଦୋକାନ ର ଲୁହା କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଏବଂ ମଦ ଚୋରି କରି ନେଇଥିବା ଦୋକାନର କର୍ମଚାରୀ କହିଛନ୍ତି । ନଗଦ କେତେ ଟଙ୍କା ଏବଂ ମଦ ଚୋରି ହୋଇଛି ସଠିକ ତଥ୍ୟ ଜଣାପଡି ନଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ନେଇଛନ୍ତି । ସେନେଇ ପୋଲିସ ଟିମ୍ ପହଞ୍ଚି ତଦନ୍ତ କରିବା ସହ ସିସିଟିଭି ଯାଞ୍ଚ କରୁଛି ପୋଲିସ ।ଘଟଣାସ୍ଥଳରେ ଏସଆାଇ କେଶବ ଶଢଙ୍ଗୀ ଓକର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ସନ୍ଧ୍ୟା ସମୟରେ ଏହି ଘଟଣାକୁ ନେଇ ସାଇଣ୍ଟିଫିକ୍ ଟିମ ଆସି ତଦନ୍ତ କରିଛନ୍ତି । ଚୋରି ସମୟରେ ବ୍ୟବହୁତ ଶାବଳକୁ ବିଲ ଭିତରୁ ଜବତ କରିଛି ପୋଲିସ। ମଦ ଦୋକାନର ସେଲସମ୍ଯାନ ମନୋଜ ମହାନ୍ତିଙ୍କ ଏତଲାକୁ ଭିତ୍ତି କରି ଭଞ୍ଜନଗର ପୁଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଧୀରେଶ କୁମାର ଦାଶ ସୁଚନା ଦେଇଛନ୍ତି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୫/୨୦୨୩-----୭,୪୫ Sakhigopal News,3/5/2023