Breaking News

କିଟନାଷକ ବିଷ ପିଇ ମହିଳା ଗୁରୁତର


ଭଞ୍ଜନଗର - ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ କୁମ୍ପାପଡା ଗ୍ରାମର ୫୫ ବର୍ଷିୟା ମହିଳ କାଞ୍ଚନ ଡାକୁଆ କିଟନାଷକ   ବିଷ ପିଇ ଗୁରୁତର ହୋଇପଡିଛନ୍ତି।। ଖବର ନେବାରେ ଜଣାପଡିଛି କାଞ୍ଚନ ଡାକୁଆ ବହୁଦିନ ହେଲା ରୋଗରେ ପିଡିତ ହୋଇ ଯନ୍ତ୍ରଣା ଭୋଗୁଥିଲେ ।  ସେ‌ହି କାରଣରୁ ସେ ପ୍ରାୟତଃ  ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ  ।    ମଙ୍ଗଳବାର ଅପରାହ୍ନରେ ଘରେ କେହି ନଥିବା ବେଳେ , ଘରେ ଥିବା ଚାଉଳ ପୋକ ମରା ଔଷଧକୁ ଖାଇ ଗୁରୁତର ହୋଇ ପଡିଥିଲେ ।ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ପ୍ରଥମେ ଜଗନ୍ନାଥପ୍ରସାଦ ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏଠାରେ କାଞ୍ଚନର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୫/୨୦୨୩_---୮,୧୦ Sakhigopal News,3/5/2023

Blog Archive

Popular Posts