ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଦ୍ଵାରା “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ
ଜଟଣୀ --ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ (ECORSA) ଖୋର୍ଦ୍ଧା ରୋଡ୍ ଦ୍ୱାରା ରେଲୱେ ଷ୍ଟାଡିୟମ୍ ରେ “ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ”ଉଦଘାଟିତ ହୋଇଯାଇଛ । ଏହି ଟୁର୍ଣ୍ଣାମେଣ୍ଟ 19 ମଇ 2023 ପର୍ଯ୍ୟନ୍ତ ଜାରି ରହିବ । ଖୋର୍ଦ୍ଧା ରୋଡ୍ ମଣ୍ଡଳ ର 12 ଟି ବିଭାଗର ରେଳ କର୍ମଚାରୀ ମାନେ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ଆନ୍ତର୍ବିଭାଗୀୟ ଦିବା ରାତ୍ର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କୁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଏବଂ ପୂର୍ବତଟ ରେଳର ମହିଳା କଲ୍ୟାଣ ସଂଗଠନ (ECORWWO)ଖୋର୍ଦ୍ଧା ରୋଡ଼ ର ସଭାନେତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଜେନା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣ ପଟ୍ଟନାୟକ , ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ ଏବଂ କ୍ରୀଡା ଅଧିକାରୀ ତଥା ବରିଷ୍ଠ ମଣ୍ଡଳ ବିତ୍ତ ପ୍ରବନ୍ଧକ, ଖୋର୍ଦ୍ଧା ରୋଡ଼, ଶ୍ରୀ ହିମାଦ୍ରି ଭୂଷଣ ବିଶ୍ଵାଳ ଉଦଘାଟନ କରିଥିଲେ। ଅଂଶଗ୍ରହଣ କାରୀ ଦଳମାନଙ୍କୁ ଶ୍ରୀ ରିଙ୍କେଶ ରୟ ଶୁଭେଚ୍ଛା ଜଣାଇବା ସହ କ୍ରୀଡ଼ା କାର୍ଯ୍ୟକଳାପ ଜାରି ରଖି, ସମସ୍ତଙ୍କୁ ଟିମ୍ ସ୍ପିରିଟ ଏବଂ ଦଳୀୟ ଭାବନା ବଜାୟ ରଖିବା ପରାମର୍ଶ ଦେଇଥିଲେ।
ଶ୍ରୀ ରିଙ୍କେଶ ରୟ ରେଲୱେ ଷ୍ଟାଡିୟମ୍ ସ୍ଥାୟୀ ଉଜ୍ଜଳ ଆଲୋକା ବ୍ୟବସ୍ଥା ର ଉଦଘାଟନ କରିଥିଲେ। ବର୍ତ୍ତମାନ ରେଲୱେ ଷ୍ଟାଡିୟମରେ six ଟି ହାଇମାଷ୍ଟ ସ୍ଥାପନ କରାଯାଇଛି, ଯୋଉଥୋରେ କି 1000W ର 54 ଟି ଏଲଇଡି ଲାଇଟ୍ ଲଗାଯାଇଛି । ଏହି ଉଜ୍ଜଳ ଆଲୋକା ବ୍ୟବସ୍ଥା ଆଗାମୀ ଦିନରେ ବିଭିନ୍ନ କ୍ରୀଡା କାର୍ଯ୍ୟକଳାପକ କରିବା ପାଇଁ ମଣ୍ଡଳକୁ ସାହାଯ୍ୟ କରିବ । ପ୍ରଥମ ଦିନ ରୋ ପ୍ରଥମ ମ୍ୟାଚ ବାଣୀଜ୍ୟ ଏଵଂ ବିତ୍ତ ବିଭାଗ ମଧ୍ୟରେ ଆଉ ଦ୍ଵିତୀୟ ମ୍ୟାଚ ମେଡିକାଲ ଏବଂ ମେକାନିକାଲ୍ ମଧ୍ୟରେ ଅନୁଷ୍ଠିତ ହେବ । ସମସ୍ତ ବିଭାଗ ମଧ୍ୟରେ ସମୁଦାୟ 12 ଟି ଲିଗ୍ ମ୍ୟାଚ୍ । ଫାଇନାଲ ମ୍ୟାଚ୍ 19 ମଇ 2023 ରେ ଅନୁଷ୍ଠିତ ହେବ ।