Breaking News

ଭାରତୀୟ ମଜଦୁର ସଂଘର ଦବଙ୍ଗ ଗିରି , ଅନ୍ୟାୟର ବିରୋଧ କଲେ କାର୍ଯ୍ୟରୁ ମିଳୁଛି ଛଟେଇ ; ଅନ୍ଧାର ଭିତରେ ଠିକା ସଫେଇ କର୍ମଚାରୀ



ଜଟଣୀ --ଜଟଣୀ ପୌରପରିଷଦ ସ୍ୱୀକୃତି ଦେଇଥିବା ଏଲ.ଏଣ୍ଡ.କେ ଠିକା ସଂସ୍ଥା ଅଧୀନରେ ସଫେଇ କାମ କରୁଥିବା କର୍ମଚାରୀ ମାନେ ମିଳିତ ହୋଇ ଏକ "ଭାରତୀୟ ମଜଦୁର ସଙ୍ଘ 'ନାମରେ ଏକ ସଙ୍ଘ ଗଢିଥିଲେ । ସଂଘର କାମ ସଂଘରେ ଥିବା ସଦସ୍ୟଙ୍କର କିଛି ଅସୁବିଧା ସମୟରେ  ଏକାଠି ହୋଇ  ସହାନୁଭୂତି ଦେଖାଇ ସାହାଯ୍ୟ କରିବା । ଏଲ.ଏଣ୍ଡ. କେ. ଠିକା ସଂସ୍ଥା କର୍ମଚାରୀଙ୍କ ଇପିଏଫ , ଇଏସଆଇ ବାବଦରେ ଅର୍ଥ ହେରଫେର ଘଟଣା ସାମ୍ନାକୁ ଆସିବା ଫଳରେ ସଙ୍ଘ ମାଧ୍ୟମରେ ସଫେଇ କର୍ମଚାରୀ ମାନେ ଏକତ୍ରିତ ହୋଇ ପୌରପରିଷଦରେ ଧାରଣା ଦେଲେ ।ଧାରଣା ପରେ କିଛ କିଛି ମାସ ଇପିଏଫ ,ଇଏସଆଇ କୁ ସଠିକ ରୂପେ କର୍ମଚାରୀଙ୍କୁ ପ୍ରଦାନ କରାଗଲା । ପରେ ଠିକା ସଂସ୍ଥା ଏବଂ ପୌରପରିଷଦ ମିଳିତ ହୋଇ ନିଜର ଫାଇଦା ପାଇଁ ପୁରାତନ ସଂଘର କର୍ମକର୍ତ୍ତାଙ୍କ ବିରୋଧରେ ଚକ୍ରାନ୍ତ କରି ସଂଘରୁ ବହିସ୍କୃତ କରି ନୂତନ ସଦସ୍ୟଙ୍କୁ କର୍ମକର୍ତ୍ତା ରୂପେ ନିଯୁକ୍ତି ଦେଇ ନିଜ ହାତମୁଠାରେ ରଖିଲେ।
ବର୍ତ୍ତମାନ ସଂଘ ନାମରେ ଦବଙ୍ଗ ଗିରି ଜାରି ରହିଛି ବୋଲି କିଛି ସଦସ୍ୟ ମାନେ ଅଭିଯୋଗ ଆଣିଛନ୍ତି l ବର୍ତ୍ତମାନ କାମ କରୁଥିବା ଠିକା ସଫେଇ କର୍ମଚାରୀଙ୍କ ମଧ୍ୟରୁ ନବେ ପ୍ରତିଶତ କର୍ମଚାରୀଙ୍କ ଇପିଏଫ ,ଇଏସଆଇ ସଠିକ ରୂପେ ପାଉନଥିବା ଅଭିଯୋଗ ହେଉଛି l ଯେହେତୁ ସେମାନେ ଉଚ ଶିକ୍ଷିତ ନୂହନ୍ତି ତେଣୁ ଅଭିଯୋଗ କଲେ ମିଳେ ଧମକ ନ ହେଲେ କାମରୁ ଛଟେଇ l ଅଭିଯୋଗ କଲେ କୁହନ୍ତି ଅପେକ୍ଷା କର ବର୍ତ୍ତମାନ ନେଟର ଅସୁବିଧା ହେତୁ ମାସେ ଦୁଇ ମାସ ମଧ୍ୟରେ ଠିକ ହୋଇଯିବ l ବୁଝିବାରେ ଜଣା ପଡିଛି ଅନେକ କର୍ମଚାରୀଙ୍କ ବର୍ତ୍ତମାନ ମଧ୍ୟ ଦୁଇ ବର୍ଷର ଇପିଏଫ ,ଇଏସଆଇ ଜମା ହୋଇନାହିଁ l ଅଧିକାଂଶ କର୍ମଚାରୀ ଦିନକ ମଜୁରୀ ବାବଦକୁ ମାସିକ ଦରମା କେତେ ? । ଦରମାରୁ କେତେ ପ୍ରତିଶତ ଇପିଏଫ ,ଇଏସଆଇ କଟୁଛି ତାହା ମଧ୍ୟ କହିପାରନ୍ତି ନାହିଁ ।  ଏ ସମ୍ପର୍କରେ  ୮ ଜଣ ସଫେଇ କର୍ମଚାରୀ ବିରୋଧ କରିବାରୁ ସେମାନଙ୍କୁ ଛଟେଇ କରି ଚାକିରିରୁ ବହିସ୍କୃତ କରିଛନ୍ତି । ଫଳରେ ଛଟେଇ କର୍ମଚାରୀ ମାନେ ଆଜକୁ ୧୫ ଦିନ ହେବ ଧାରଣାରେ ବସିଥିଲେ ମଧ୍ୟ ସେମାନଙ୍କ ଗୁହାରୀ ଶୁଣିବାକୁ କେହି ନାହାନ୍ତି l ସେଥିମଧ୍ୟରୁ ଧାରଣା କାରି କଳ୍ପନା ନାଏକଙ୍କୁ ପୌରପରିଷଦ ନିର୍ବାହୀ ଅଧିକାରୀ ଡକାଇ ବେଟେରି ଆବର୍ଜନା ବହନ ଗାଡ଼ିକୁ ଚଳାଇବା ପାଇଁ ନିର୍ଦେଶ ଦେଲେ । କଳ୍ପନା ନାଏକ ଯେତେବେଳେ ଗାଡି ଚଳାଇବାକୁ ଆସନ୍ତି ସେତେବେଳେ ସଂଘର କିଛି କର୍ମଚାରୀ ବିରୋଧ କଲେ । ଫଳରେ ଆଉ ସେ କାମରେ ଯୋଗ ଦେଇପାରିଲେ ନାହିଁ । ଏଠି ଜଣାପଡେ ସଫେଇ କର୍ମଚାରୀଙ୍କ ନିର୍ବାହୀ ଅଧିକାରୀଙ୍କ ପ୍ରତି ସନ୍ନମାନ କେତେ । ପୌରପରିଷଦ, ଏଲ.ଏଣ୍ଡ.କେ ଠିକା ସଂସ୍ଥା ଏବଂ ମଜଦୁର ସଂଘର କିଛି ଅସାଧୁ ବ୍ୟକ୍ତିଙ୍କ ସହଯୋଗରେ ସଫେଇ କର୍ମଚାରୀଙ୍କ ଟଙ୍କାକୁ ଚଳୁ କରୁଥିବା ଅଭିଯୋଗ ଆସିଛି । ପ୍ରତ୍ୟକ ମାସରେ ଜୋର ଜବରଦସ୍ତ ଚିଠା ଦେଇ ୧00 ଟଙ୍କା ଆଦାୟ କରୁଥିବା ଘଟଣା ସାମ୍ନାକୁ ଆସିଛି ଏପରି ଅନେକ ଘଟଣା ଅଛି ଚାକିରୀ ଛଟେଇ ଭୟରେ କିଏ ମୁହଁ ଖୋଲିବାକୁ ଭୟ କରୁଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଢ଼ ପଦକ୍ଷେପ ଗ୍ରହଣ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଛଟେଇ ଠିକା କର୍ମଚାରୀଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୩/୫/୨୦୨୩---- ୧୨,୪୫ Sakhigopal News,13/5/2023

Blog Archive

Popular Posts