Breaking News

ବଡ଼କୋଦଣ୍ଡl ହାଇସ୍କୁଲରେ ବ୍ଲକ ସ୍ତରୀୟ ଲିଙ୍ଗ ସମ୍ବେଦନ ଶିଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ତାଲିମ ଶିବିର



ଭଞ୍ଜନଗର ----- ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟ, ବଡ଼କୋଦଣ୍ଡା ଠାରେ ଓସେପା ଓ ସମଗ୍ରଶିକ୍ଷା ତରଫରୁ ବ୍ଲକ ଶିକ୍ଷାଧିକାରୀଙ୍କ ସମ୍ପୂର୍ଣ ସହଯୋଗରେ ବ୍ଲକ ସ୍ତରୀୟ ଲିଙ୍ଗ ସମ୍ବେଦନଶୀଳତା ଓ ପାଠ୍ୟକ୍ରମ ସହ ସଂଯୋଗୀକରଣ ପ୍ରଶିକ୍ଷଣ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ସହ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକ  ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଧାନଶିକ୍ଷକ ସନ୍ତୋଷ ଜେନାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦୁଇ ପ୍ରଶିକ୍ଷକ ସନ୍ତୋଷ କୁମାର ରଥ ଓ ସୁଜ୍ଞାନୀ କୁମାରୀ ପାତ୍ର ଯୋଗଦେଇ ଶିବିର ପରିଚାଳନା କରିଥିଲେ । ଉଦଘାଟକ ଶ୍ରୀ ନାୟକ ଲିଙ୍ଗଗତ ସମ୍ବେଦନଶୀଳତା ସହ ବିଭିନ୍ନ ପ୍ରକାର ପୁଅ, ଝିଅର ଉଦାହରଣ ଦେଇ ପାଠ୍ୟକ୍ରମ ସହ ଏହାର ସଂଯୋଗୀକରଣ ଉପରେ ମତବ୍ୟକ୍ତ କରିଥିଲେ । ଉକ୍ତ ତାଲିମ ଶିବିରରେ ତେତିଶି ଟି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ରୁ ତେତିଶି ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇଥିଲେ l ଏହି ତାଲିମ ଶିବିର ତିନିଦିନ ଧରି ଚଳିବ l ଶିବିର କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷlକର୍ମଚାରୀ ଙ୍କ ସମେତ ସି. ଆର. ସି. ସି. ତ୍ରିନାଥ ବେହେରା,ମୋହନ ସାହୁ ପରିଚାଳନା ରେ ସହଯୋଗ କରିଥିଲେ l ଅନୁରୂପ ଭାବେ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଠାରେ ମଧ୍ୟ ଉକ୍ତ କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଉମାକାନ୍ତ ନାହାକ ଙ୍କ ଦାୟିତ୍ୱ ରେ ଚାଲିଥିବା ବେଳେ ଶିକ୍ଷକ ଶ୍ୟାମା ପ୍ରସାଦ ମିଶ୍ର, ଶଙ୍କର ପ୍ରସାଦ ପଟ୍ଟନାୟକ, ପ୍ରଶାନ୍ତ କୁମାର ପ୍ରଧାନ ଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହଯୋଗ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୫/୨୦୨୩---୧୦,୧୦ Sakhigopal News,11/5/2023


......

Blog Archive

Popular Posts