Breaking News

ଆରମ୍ଭ ହେଲା "ମା ଭଗବତୀ'ଙ୍କ ନବଦୀନାତ୍ମକ ଯାତ୍ରା




  ଜଟଣୀ-----   ଜଟଣୀ ସହରର ଇଷ୍ଟ ଦେବୀ "ମା ଭଗବତୀ l ପ୍ରତିବର୍ଷ ପରି ଆଜି ପୀଠରେ ପଦାର୍ପଣ କଲେ ଇଷ୍ଟ ଦେବୀ "ମା' ଭଗବତୀ lମଙ୍ଗଳବାର ଠାରୁ ପୀଠରେ ପୂଜା ପାଇବେ "ମା' ଭଗବତୀ lନଅଦିନ ଧରି ପୂଜା ପାଇବେ "ମା' l ଜଟଣୀ ପରିଚୟ କହିଲେ ରେଳବାଇର ଖୋର୍ଦ୍ଧା ରୋଡ଼ ମଣ୍ଡଳକୁ ବୁଝାଏ l ଯେତେବେଳେ ଖୋର୍ଦ୍ଧା ମଣ୍ଡଳ ସାଙ୍ଗକୁ ଜନକ୍ସନ ପ୍ରତିଷ୍ଠା ହେଲା ଏବଂ ରେଳ ବିଭାଗରେ ଜର୍ଯ୍ୟରତ ବିଭିନ୍ନ ବିଭାଗର କର୍ମଚାରୀଙ୍କ ରହିବା ପାଇଁ ଚାରୋଟି କଲୋନୀ ତିଆରି ହୋଇଥିଲା l ସେଥିମଧ୍ୟରୁ ଲୋକକଲୋନୀ ଏକ କଲୋନୀ l ଏହି କଲୋନୀରେ ଅଧିକାଂଶ ତେଲୁଗୁ ସମ୍ପ୍ରଦାୟର ଲୋକେ ବସବାସ କରିଥାନ୍ତି l ତେଲୁଗୁ ସମ୍ପ୍ରଦାୟର ଇଷ୍ଟ ଦେବୀ "ମା ଭଗବତୀ' ଅଟନ୍ତି l ତାଙ୍କ ପରମ୍ପରାରେ "ମା'ଙ୍କ ଯାତ୍ରା ଏକ ଅନନ୍ୟ ଯାତ୍ରା ଅଟେ l ଏହା ଏକ ନବଦୀନାତ୍ମକ ଯାତ୍ରା ଅଟେ l ସୋମବାର ମଧ୍ୟ ରାତ୍ରରେ ଭକ୍ତମାନେ ଏକାଠି ହୋଇ ପବିତ୍ର ଏବଂ ସୁଦ୍ଧ ମନରେ "ମା' ଙ୍କ ନିମନ୍ତ୍ରଣ ପାଇଁ ପୁଷ୍ପ, ନୈବେଦ୍ୟ, ହଳଦୀ, ସିନ୍ଦୁର ସାଙ୍ଗକୁ ଘଣ୍ଟ ବାଦ୍ୟ ସହ ରୋଷଣୀ କରି ଯାଆନ୍ତି l ସେଠାରେ ଝୁଣା, ଦୀପ ସହ ହୁଳହୁଳି, ବାଜାରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଉଠେ l ଶେଷରେ "ମା ' ଙ୍କ ମଥାରୁ ଫୁଲ ସ୍ୱୟଂ ଡେଇଁଲା ପରେ ସେହି ଫୁଲକୁ ବାଉଁଶିଆ ଡାଲାରେ ସୁସଜ୍ଜିତ କରି ପୀଠରେ ରଖି ପୂଜା ଅର୍ଚନା କରନ୍ତି l ପୂଜାର ନଅ ଦିନ ମଧ୍ୟରୁ ବୁଧବାର, ଶୁକ୍ରବାର ଏବଂ ରବିବାର ଏହି ତିନିଦିନ "ମା' କଲୋନୀ ପରିକ୍ରମାରେ ବାହାରନ୍ତି l ପରିକ୍ରମା ସମୟରେ"ମା'ପ୍ରତ୍ୟକ ଭକ୍ତଙ୍କ ଘରକୁ ଯାଇ ଭୋଗ ଖାଆନ୍ତି l ଏହି ନବଦୀନାତ୍ମକ ଯାତ୍ରାରେ ପ୍ରତ୍ୟକ ଦିନ ସନ୍ଧ୍ୟାରେ ପରମ୍ପରା ଅନୁଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ lନଅଦିନ ଧରି ମାନସିକ ଧାରୀ ମାନେ ବିଭିନ୍ନ ଚରିତ୍ରର ବେଶ ଧାରଣ କରି ସହର ପରିକ୍ରମା କରନ୍ତି l ଏହି ପୂଜାକୁ ପ୍ରତ୍ୟକଙ୍କ ଘରର ନିଜର ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ଡାକି ଏକାଠି ହେବା ପରମ୍ପରା ମଧ୍ୟ ଅଛି l ପରିବାରର ସମସ୍ତ ସଦଶ୍ୟ ଏକାଠି ହୋଇ ମହା ଆଡମ୍ବରରେ ପୂଜାକୁ ପାଳନ କରିଥାନ୍ତି । ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୫/୨୦୨୩---୮,୫୫ Sakhigopal News,1/5/2023

Blog Archive

Popular Posts