Breaking News

ବୈଦେଶ୍ୱର ଥାନା ର ସୁରବାବୁ କିଏ ? ଏବେ ଚାରିଆଡ଼େ ପ୍ରଶ୍ନ ବାଚି ହୋଇପଡିଛି


ବାଙ୍କୀ /କଟକ  - ବାଙ୍କୀ ନିର୍ବାଚନ ମଣ୍ଡଳୀର ବୈଦେଶ୍ଵର୍ ଥାନାରେ କୌଣସି ଆଇ ଆଇ ସି ବେଶୀଦିନ ରହିପାରୁ ନାହାନ୍ତି । ଯେତେ ଭଲ ଅଫିସର ହେଲେ ମଧ୍ୟ ବେଶୀଦିନ ରହି ନ ପାରିବା ର କାରଣ କଣ ତାହା ଏବେ ଆଲୋଚନା ର ବିଷୟ ହୋଇପଡିଛି । ଜନ ସୃତିରୁ ଜଣା ଯାଏ କି ବୈଦେଶ୍ଵର ଥାନାରେ କାର୍ଯ୍ୟରତ ଥିବା ସ୍ଥାନୀୟ ହୋମ ଗାର୍ଡ ସୁର ବାବୁ । ଯିଏ କି ଥାନା ଗାଡ଼ି ଚଳାଇଥାନ୍ତି। କିନ୍ତୁ ଥାନା ଭିତରେ ତାଙ୍କର ପାଦୂର୍ଭାବ ଯାହା ସେଥିରେ ସ୍ଥାନୀୟ ଲୋକମାନେ ଏବେବି ସନ୍ଦେହ ଘେରରେ । ସୁର ବାବୁ ପ୍ରକୃତ ରେ କିଏ , ହୋମ ଗାର୍ଡ ନା ଡ଼୍ରାଇଭର , ଆଇ ଆଇ ସି , ଡିଏସପି ନା ଏସପି ତାହା କେବଳ ପୋଲିସ ଅଧିକାରୀ ବାବାଙ୍କୁ ଜଣାଥିବ  । କାରଣ ସୁର ବାବୁ ବାଲି ମାଫିଆ ଙ୍କ ଠାରୁ ଆରମ୍ଭ କରି ମଦ ମାଫିଆ , ଡ୍ରଗ ମାଫିଆ ସମସ୍ତଙ୍କ ଠାରୁ ବଟି ଆଦାୟ କରନ୍ତି । ଆଇ ଆଇ ସି ଯଦି କୌଣସି ସୂତ୍ରରୁ ଖବର ପାଇ ରେଡ କରିବାକୁ ବାହାରନ୍ତି ତେବେ ସୁର ବାବୁ ମାଫିଆ ମାନଙ୍କୁ ପୂର୍ବସୁଚି ପ୍ରଦାନ କରନ୍ତି । ଯାହା ଦ୍ୱାରା ଥାନା ଗାଡ଼ି ପହଁଚିଲା ବେଳକୁ ମାଫିଆ ଫେରାର । ସୁର ବାବୁ ଙ୍କ ଇଶାରା ରେ ଅଫିସର ଙ୍କ ବଦଳି ହୁଏ । ଲୋକ କଥାନୁସାରେ ସୁର ବାବୁ ଙ୍କର MLA ଙ୍କ ସହିତ ଭଲ ସମ୍ପର୍କ ରହିଛି। ସୁରବାବୁ MLA ଙ୍କ ନିଜ ଲୋକ ବୋଲି ବେଶ ଜଣାଶୁଣା । ସ୍ଥାନୀୟ ଲୋକ ଏବଂ ସରକାରୀ ଦଳରେ ଭଲ ଦବ୍ଦବା କାରଣ ରୁ ତାଙ୍କ ମାଧ୍ୟମ ରେ ବାଙ୍କୀ MLA ବଇଦେଶ୍ଵର ରେ ଚାଲି ଥିବା  ମଦ , ବ୍ରାଉନ ସୁଗାର ଓ ବାଲି ମାଫିଆ ମାନଙ୍କ ଠାରୁ ଭଲ ବଟି ଆଦାୟ କରନ୍ତି ବୋଲି ଜଣେ ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖି ସୁଚନା ଦେଇଛନ୍ତି । ଏବଂ ସୁର ବାବୁ ଙ୍କ ଇଶାରା ରେ ଥାନା ପରିଚାଳିତ ବୋଲି  ବୁଦ୍ଧିଜୀବୀ ମହଲରେ ଜନ ପ୍ରତିନିଧି ଙ୍କ ଏତାଦୃଶ କାର୍ଯ୍ୟକଳାପ କୁ ଘୋର ନିନ୍ଦା କରା ଯାଇଛି । ପ୍ରଶ୍ନ ବାଚୀ ସୃଷ୍ଟି ହୁଏ ସମସ୍ତ ଥାନାରେ ସ୍ଵତନ୍ତ୍ର ଡ଼୍ରାଇଭର ଥିବା ବେଳେ ବଇଦେଶ୍ୱର୍ ଥାନାରେ ଡ଼୍ରାଇଭର ନିଯୁକ୍ତି ଦିଆ ଯାଉନି କାହିଁକି ? ।ସୁର ବାବୁ ଙ୍କ ବ୍ୟତୀତ କଣ ଅନ୍ୟ କେହି ଷ୍ଟାଫ୍ ନାହାନ୍ତି ଗାଡ଼ି ଚଳାଇବା ପାଇଁ ନାଁ କାରଣ ଅନ୍ୟ କିଛି ?। ତୁରନ୍ତ ଏସପି ଏଦିଗ ପ୍ରତି ନଜର ଦେଇ  ବୈଦେଶ୍ବର ଥାନାକୁ ଦଲାଲ ମୁକ୍ତ କରିବା ସହ ରାଜ୍ୟ ସରକାର ଆମ ପୋଲିସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜଣସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।
 କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୨/୫/୨୦୨୩----୧୧,୪୫ Sakhigopal News,2/5/2023

Blog Archive

Popular Posts