Breaking News

ବାରତମ ବାର୍ଷିକ ରୁଦ୍ର ମହାଯଜ୍ଞ ପାଇଁ କଳସ ଯାତ୍ରା



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବ୍ରାହ୍ମଣପଡା ଗ୍ରାମରେ ପୂଜିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ନିକଟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବାର୍ଷିକ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ବର୍ଣ୍ଣାଡ୍ୟ ଶୋଭାଯାତ୍ରାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ୨୭ଜଣମହିଳା ପୁରୁଷ ଓ ବାଳକ ମାନେ ପୁଣ୍ୟତୋୟା ଭାର୍ଗବୀ ନଦୀରୁ କଳସ ବୁଡାଇଥିଲେ । ସ୍ରୋତୀୟ ବାହ୍ମଣ ଦିବାକର ପଣ୍ଡା ଓ ତାଙ୍କ ସାଥୀ ମାନେ ଉକ୍ତ କଳସ ଗୁଡିକ ଅଭିମନ୍ତ୍ରୀତ କରିବା ପରେ ବାଜା, ଘଣ୍ଟ, ଘଣ୍ଟି, ବୈର. ଶଙ୍ଖ, ହରିବୋଲ ଦେଇ ଏକ ଶୋଭାଯାତ୍ରାରେ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା । ପରେ ପରେ ଉକ୍ତ କଳସ ଗୁଡିକ ରୁଦ୍ର ମହାଯଜ୍ଞ ମଣ୍ଡପରେ ସ୍ଥାପନ କରାଯିବା ପରେ ଯଜ୍ଞକୁଣ୍ଡରେ ଅଗ୍ନିସ୍ଥାପନ କରାଯାଇଥିଲା । ଭରତ ମହାପାତ୍ର ଓ ଉନ୍ଦୁମଣି ମହାପାତ୍ର କର୍ତ୍ତା ଓ କର୍ତ୍ତୀ ଭାବେ କାର୍ଯ୍ୟତୁଳାଇଥିଲେ ।  ଏହି ଅବସରରେ ଗ୍ରାମରେ ଚାରିଦିନ ଧରି ଆମିଷ ନିଷେଧ କରାଯିବା ସହ ସମସ୍ତଙ୍କ ଘର ଆଗରେ କଳସ ଓ ଦୀପ ପ୍ରଜ୍ୱଳନ କରାଯାଇଥିଲା ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୩---୭,୧୦   Sakhigopal News, 3/5/2023

Blog Archive

Popular Posts