Breaking News

ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ତରଫରୁ ଭଞ୍ଜନଗର ଠାରେ ଉତ୍କଳ ଦିବସ ପାଳିତ ଓ


ଭଞ୍ଜନଗର---ନନ୍ଦିନୀ ଶତପଥୀ ସ୍ମୃତି ସଂସଦ ତରଫରୁ ଭଞ୍ଜନଗର ଠାରେ ଉତ୍କଳ ଦିବସ ପାଳନ ସହ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ଦ୍ଵାରା ଲିଖିତ ପୁସ୍ତକ ପ୍ରଧାନ ସେବକ ଉନ୍ମୋଚିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ରଞ୍ଜନ ରାୟ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପୁସ୍ତକ ପ୍ରଧାନ ସେବକ କୁ ଉନ୍ମୋଚିତ କରିଥିଲେ। ଏଥିସହ ଉତ୍କଳ ଦିବସ ସମ୍ପର୍କରେ କହିଥିଲେ। ଭଞ୍ଜନଗର ବିଡିଓ ଶଶୀଭୂଷଣ ମହାପାତ୍ର, ତହସିଲଦାର ଅଚ୍ୟୁତାନନ୍ଦ ଜାନି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡଃ କମ୍ଭୁପାଣି ସାମନ୍ତ ମୁଖ୍ଯବକ୍ତା ଭାବେ ଯୋଗ ଦେଇଥିଲେ।  ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡଃ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ଲେଖିକା ରୋଜାଲିନ ମହାରଣା ପ୍ରମୁଖ ସ୍ଵତନ୍ତ୍ର ଅତିଥି ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ଗଣ ଯୋଗାଯୋଗ ବିଭାଗ ଛାତ୍ରୀ ମାମାଲି ନାୟକ, ପୂଜା ପାତ୍ର ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। 
ଅଧ୍ୟାପିକା ସୁଜାତା ସିଂ ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ରାଜଲକ୍ଷ୍ମୀ ରଥ ଧନ୍ୟବାଦ ପ୍ରଦାନ କରିଥିଲେ। ସମ୍ପାଦକ ବାବୁଲା ପ୍ରଧାନ, ଅଧ୍ୟାପକ ବିଜୟ ମଲ୍ଲିକ,  ଆଦିତ୍ୟ ଜେନା,  ଛାତ୍ରୀ ଶ୍ରଦ୍ଧାଞ୍ଜଳି ସ୍ୱାଇଁ,  ସାଗରିକା ସ୍ୱାଇଁ,  ଦୀପ୍ତି ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୩---୮,୫୦ Sakhigopal News,1/4/2023

Blog Archive

Popular Posts