Breaking News

ଭଞ୍ଜନଗରଠାରେ ଉପଖଣ୍ଡସ୍ତରୀୟ ୮୮ତମ ଓଡିଶା ଦିବସ ପାଳିତ





ଭଞ୍ଜନଗର---- ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଭଞ୍ଜନଗର ସଦର ମହକୁମାରେ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ବରପୁତ୍ରମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଓଡ଼ିଆ ଭାଷା ହିଁ ଜାତିର ଜିବନୀ ଶକ୍ତି l ଏଣୁ ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର ମମତା ରହିବା ଉଚିତ l ଓଡ଼ିଆ ଭାଷାକୁ ଭୁଲିଗଲେ ନିଜର ପରିଚୟ ଭୁଲିଯିବାକୁ ପଡିବ l ତେଣୁ ଓଡ଼ିଆ ଭାଷାର ଉନ୍ନତି ଓ ପ୍ରସାରର ସମୂହ ତତ୍ପରତା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ l ମୁଖ୍ୟବକ୍ତା ଶ୍ରୀ କୃତ୍ତିବାସ ବିଶ୍ୱାଳ, ଅବସରପ୍ରାପ୍ତ ଅଧକ୍ଷ, କେ.ଏସ.ୟୁ.ବି ମହାବିଦ୍ୟାଳୟ, ଭଞ୍ଜନଗର ତାଙ୍କ ବକ୍ତବ୍ୟରେ ଓଡିଶା ବରପୁତ୍ରମାନଙ୍କ ଦ୍ୱାରା ଓଡିଶା କିପରି ସ୍ୱତନ୍ତ୍ର ପ୍ରଦେଶ ରୂପେ ଗଠିତ ହେଲା ଓ ମାନ୍ୟତା ପାଇଲା ତାହା ଉପରେ ତନ୍ନତନ୍ନ କରି ଆଲୋଚନା କରିଥିଲେ l ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଏନ.ଏ.ସି ଅଧକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର, ବି.ଡ଼ି.ଓ ଶ୍ରୀ ଶଶିଭୂଷଣ ମହାପାତ୍ର, ତହସିଲଦାର ଶ୍ରୀ ଅଚ୍ୟୁତାନନ୍ଦ ଯାନୀ ଭଞ୍ଜନଗର, ବ୍ଲକ ଅଧ୍ୟକ୍ଷ ଶ୍ରୀ ନରିସଭା  ନାୟକ, ଏନ.ଏ.ସି ଉପାଧ୍ୟକ୍ଷl ଶୁଭଶ୍ରୀ ଦାଶ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗୌରବ କର,ସମାଜସେବୀ ଶ୍ରୀ ଶୂଳପାଣି ଶତପଥୀ, ଏମ.ପି ପ୍ରତିନିଧି ପଞ୍ଚାନନ ପାଳ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ l ବିଭିନ୍ନ ବିଦ୍ୟାଳୟସ୍ତରୀୟ ଦେଶାତ୍ମ ସଂଗୀତ ପ୍ରତିଯୋଗୀତା ଏବଂ ତର୍କ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l
      ପ୍ରାତଃ ସମୟରେ ସ୍ଥାନୀୟ ଉପଜିଲ୍ଲାପାଳ,ଏନ.ଏ.ସି. ଅଧକ୍ଷ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଦ୍ୱାରା ଓଡ଼ିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ କରାଯାଇଥିଲା ଏବଂ ଓଡିଶା ବରପୁତ୍ରମାନଙ୍କ ଫଟୋ ଥାଇ ରଥ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା l
       ସଭାଶେଷରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଉତ୍କଳୀୟ ସଂଗୀତ କରା  ଯାଇଥିଲା l ଉକ୍ତ ଉତ୍ସବରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୌରୀ ଶଙ୍କର ଶତପଥୀଙ୍କୁ ବିଭାଗୀୟ ବରିଷ୍ଠ କର୍ମଚାରୀ ଶ୍ରୀ ପ୍ରଦୀପ କୁମାର ପାତ୍ର ଓ ତାରିଣୀ ସାହୁ ସହଯୋଗ କରିଥିଲେ l ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶତପଥୀ ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୩----୮,୫୫ Sakhigopal News,1/4/2023

Blog Archive

Popular Posts