ସରକାରଙ୍କ ନିୟମକୁ ଫୁ. ମଞ୍ଚ ଉପରେ ଲୁଗା ଖୋଲି ନାଚିଲେ କଳାକାର
ଭଞ୍ଜନଗର - ନିୟମ ଖୋଲା ଉଲଙ୍ଗନ । ଶହ ଶହ ଦର୍ଶକଙ୍କ ଆଗରେ ଗାଁ ଦାଣ୍ଡରେ ଲୁଗା ଖୋଲି ରେକର୍ଡ ଡ୍ୟାନ୍ସ କଲେ ନୃତ୍ୟାଙ୍ଗନା । ଗଞ୍ଜାମ ଜିଲ୍ଲା ଥାନା ଭଞ୍ଜନଗର ଅନ୍ତର୍ଗତ ଧୋବାବଞ୍ଜର ଗାଁ ନିକଟରେ ଆୟୋଜନ ହୋଇଥିବା ଦଣ୍ଡଯାତ୍ରା ରେ ନାଟକ ପରିବେଷଣ ପୂର୍ବରୁ , ଏଭଳି ଅର୍ଦ୍ଧ-ଲଗ୍ନ ଉଦଣ୍ଡ ନୃତ୍ୟ ଦେଖିବାକୁ ମିଳିଥିଲା। ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ଗାଁ ର ଦଣ୍ଡ ନାଚ ଦଳ , ଭଞ୍ଜନଗର ଧୋବାବଞ୍ଜର ଗାଁ ରେ ଦଣ୍ଡଯାତ୍ରା କରୁଥିଲେ । ରାତିରେ ଆୟୋଜନ ହେଉଥିବା ଥିଏଟର ନାଚ ରେ ନାଟକ ପରିବେଷଣ ହୋଇଥିଲା । ତା' ପୂର୍ବରୁ ରେକର୍ଡ ଡ୍ୟାନ୍ସ ହୋଇଥିଲା । କିନ୍ତୁ ରେକର୍ଡ ଡ୍ୟାନ୍ସ କରୁଥିବା ନାରୀ କଳାକାର ଜଣକ , ସଂପୂର୍ଣ୍ଣ ଲୁଗା ପିନ୍ଧି ମଞ୍ଚ ଉପରେ ନୃତ୍ୟ କରୁଥିଲେ । କିନ୍ତୁ ମଝିରେ ମଝିରେ କଳାକାର ଜଣକ , ଛାତି ଉପରୁ ଲୁଗା ଖୋଲି ଉଦଣ୍ଡ ନୃତ୍ୟ କରୁଥିବା ଦେଖିବାକୁ ମିଳିଥିଲା । ଏଭଳି ଅର୍ଦ୍ଧ-ଲଗ୍ନ ନୃତ୍ୟ ପରିବେଷଣ କରିବାକୁ ନେଇ , ଦେଖୁଥିବା ଏବଂ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ , ଆୟୋଜକ କମିଟି କିଭଳି ଭାବେ ଏଭଳି ନୃତ୍ୟ କରୁଛନ୍ତି ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୪/୨୦୨୩----୯,୨୦। Sakhigopal News,3/4/1023