ଅବିଭକ୍ତ ଗଞ୍ଜାମ ଖଣ୍ଡାୟତ -କ୍ଷତ୍ରୀୟ ସମାଜର ଆଞ୍ଚଳିକ ସମ୍ମିଳନୀ
ଭଞ୍ଜନଗର-ଖଣ୍ଡାୟତ -କ୍ଷତ୍ରୀୟ ସମାଜର ଆଞ୍ଚଳିକ ସମ୍ମିଳନୀ ସ୍ଥାନୀୟ ବାଣାୟତ୍ତ ଓଡ଼ିଆ ସମାଜ ଭବନ ଠାରେ ଆଜି ମଧ୍ୟାହ୍ନରେ ବରିଷ୍ଠ ଆଇନଜୀବି ସୋମନାଥ ନାୟକ ଙ୍କ ଆବାହକତ୍ତ୍ୱରେ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟ ଅତିଥି ଭାବେ ବ୍ରହ୍ମପୂରରୁ ଡକ୍ଟର ବାୟାମାନୁ ଚର୍ଚ୍ଚି, ସମ୍ମାନିତ ଅତିଥି ଭାବେ କିଶୋର ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ | ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଗୋପାଳ କୃଷ୍ଣ ପ୍ରଧାନ ଯୋଗ ଦେଇ ଦିବଂଗତ ବିପ୍ଲବୀ ନେତା ମାର୍କଣ୍ଡ ସାହୁଙ୍କ ରଚିତ "କୃଷକ ମହାଭାରତ "ଉପରେ ସବିଶେଷ ଆଲୋଚନା କରି ଆମ ଚାଷୀ ଜାତିଙ୍କ ଯୁଗାନ୍ତକାରୀ ସୃଷ୍ଟି ବୋଲି ଅଭିହିତ କରିଥିଲେ | ମୁଖ୍ୟ ଅତିଥି ଡକ୍ଟର ଚର୍ଚ୍ଚି ଗଞ୍ଜାମ ର ମୁଖ୍ୟ ଏଗାର ଚାଷୀ ଜାତିଙ୍କ ଯେଉଁ ସମ୍ବିଧାନ ତଳଦିନେ ଗ୍ରହଣ କରାଯାଇଛି ତାର ଲକ୍ଷ୍ୟ ସୁଦୂର ପ୍ରସାରୀ, ଏହି ସବୁ ଜାତିକୁ ଏକ ଦୃଢ଼ ସାମାଜିକ ବନ୍ଧନ ରେ ବାନ୍ଧି ରଖିବା ପାଇଁ ଉଦ୍ଧିଷ୍ଟ ବୋଲି ପ୍ରକାଶ କରିଥିଲେ | ଏସବୁ ଜାତିର ପୂର୍ବସୁରୀ ମାନେ ବହୁ ଭାବିଚିନ୍ତି ଏହା ପ୍ରଣୟନ କରିଛନ୍ତି | ଆମର ଶିକ୍ଷିତ ବନ୍ଧୁ ମାନେ ଏହାକୁ ଅନୁଧ୍ୟାନ କରି ଆଗକୁ ବଢିବାକୁ ହେବ ବୋଲି ମଧ୍ୟ ଆହ୍ୱାନ ଦେଇଥିଲେ | ଆମ ଗାଁ ଗହଳି ର କେତେକ ପୁରୁଣା ଚିନ୍ତାଧାରା ର ବ୍ୟକ୍ତି ବୈଜ୍ଞାନିକ ଚିନ୍ତାଧାରା କୁ ସହଜରେ ଗ୍ରହଣ କରିପାରୁନଥିବାରୁ ଏ ଦିଗରେ ବାଧା ସୃଷ୍ଟି ହେଉଛି ବୋଲି ଅନେକ ବକ୍ତା ମତ ରଖିଥିଲେ | ତେଣୁ ପ୍ରଗତିଶୀଳ ଯୁବଶକ୍ତି ସମାଜ ଦାୟିତ୍ୱ ନେବାକୁ ଆଗଭର ହେଵାକୁ ହେବ ବୋଲି ସମାଜ ସଂସ୍କାରକ ବଂଶୀଧର ନାୟକ କହିଥିଲେ | ଶ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କୁ ଜଣେ ଉତ୍ତମ ସମାଜ ସଂଗଠକ ଭାବେ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା | ସମ୍ମିଳନୀ ଶେଷରେ ଏକ ସାଙ୍ଗଠନିକ କମିଟି ଗଢାଯାଇଥିଲା | ସେଇ କମିଟିର ଅଧ୍ୟକ୍ଷ୍ୟ ଭାବେ ଶ୍ରୀ ଗୋପାଳ କୃଷ୍ଣ ପ୍ରଧାନଙ୍କୁ ବଛା ଯାଇଥିବା ବେଳେ ଆଉ ଦଶଜଣଙ୍କୁ କାର୍ଯ୍ୟକାରୀ କମିଟି ସଭ୍ୟ ଭାବେ ଚୟନ କରାଯାଇଛି । ସେମାନେ ହେଲେ ସର୍ବଶ୍ରୀ ପ୍ରମୋଦ ପ୍ରଧାନ, ଗୋପାଳ କୃଷ୍ଣ ବିଷୋୟୀ, ପୀତାମ୍ବର ପରିଡା, ଗୋପାଳ ଚନ୍ଦ୍ର ଲେଙ୍କା, ନଗେନ୍ଦ୍ର ନାୟକ, ବାବୁଲୁ ନାୟକ, ବିଭୁତି ପ୍ରଧାନ ପ୍ରମୁଖ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୨/୪/୨୦୨୩----୯,୪୫ Sakhigopal News,12/4/2023