Breaking News

ଆଜବେଷ୍ଟସ ରୁ ଖସିପଡ଼ିବା ଯୋଗୁ ଯୁବକ ର ମଳଦ୍ୱାର ରେ ପଶିଗଲା ଶାବଳ


କନ୍ଧମାଳ--- କୋଟଗଡ ଥାନା ତଳ ସୁବର୍ଣ୍ଣଗିରି ଗାଁ ରେ ଅଘଟଣ, ଯୁବକ ଙ୍କ ମଳଦ୍ୱାର ରେ ପଶି ରହିଛି ଶାବଳ l ଯୁବକ ଙ୍କ ମଳଦ୍ୱାର ରେ ଶାବଳ ପଶି ଗୁରୁତର ହୋଇଛନ୍ତି ଯୁବକ l ଯୁବକ ଜଣକ ହେଲେ ତଳ ସୁବର୍ଣ୍ଣଗିରି ଗାଁ ର ଶକ୍ତି ପାଟଗୁରୁ l ଗୁରୁତର ଶକ୍ତି ଙ୍କୁ ପ୍ରଥମେ କୋଟଗଡ଼ ଓ ପରେ ବାଲିଗୁଡା ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା l ସ୍ଥିତି ଗମ୍ଭୀର ହୋଇଥିବା ଯୋଗୁଁ ଯୁବକ ଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି l ତେବେ ସୂଚନା ଅନୁଯାୟୀ
ତଳ ସୁବର୍ଣ୍ଣଗିରି ସରକାରୀ ସ୍କୁଲ ମରାମତି କାର୍ଯ୍ୟ କରୁଥିବା ସମୟରେ ଆଜବେଷ୍ଟ ଭାଙ୍ଗି ଶାବଳ ଟି ଖସି ପଡିଥିଲା ।ଶାବଳଟି ଭୂମି ରେ ଉପର କୁ ମୁନିଆ ପଟେ ରହିଥିଲା l ପରେ ଶକ୍ତି ବି ଆଜବେଷ୍ଟ ଉପରୁ ଖସି ପଡ଼ିଥିଲେ ତଳକୁ l ଭୂମି ରେ ଉପର ମୁହାଁ ହୋଇ ରହିଥିବା ଶାବଳ ଟି ଶକ୍ତି ଙ୍କ ମଳଦ୍ୱାର ରେ ପଶି ଯାଇଥିଲା l ଶାବଳ ଟି ପଶିବା ପରେ ଶକ୍ତି ଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲ କୁ ଆଣିଥିଲେ l ଏବେ ଶକ୍ତି ଙ୍କୁ ବ୍ରହ୍ମପୁର ମେଡିକାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩/୪/୨୦୨୩---୭,୪୫ Sakhigopal News 3/4/2023

Blog Archive

Popular Posts