Breaking News

ବିଦ୍ୟାଳୟରୁ ଛାତ୍ର ନିଖୋଜ; ପୁଅର ଫେରନ୍ତା ବାଟକୁ ଚାହିଁ ବସିଛନ୍ତି ନିରୀହ ମା,ବାପା




ଜଟଣୀ ---ଶ୍ରୀ ହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟରୁ ଛାତ୍ର ନିଖୋଜ l ସୂଚନା ମୁତାବକ ସ୍ଥାନୀୟ ଖୁଦୁପୁର ମୌଜା ଅନ୍ତର୍ଗତ ପାତ୍ରପଡା ସ୍ଥିତ ଶ୍ରୀ ହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟରେ ପଢ଼ୁଥିବା ୯ ମ ଶ୍ରେଣୀରେ ଷୋହଳ ବର୍ଷୀୟ ଛାତ୍ର ମନୋଜ ବାଗ । ଗତ ତା -29/03/23(ବୁଧବାର)ଦିନ ଠାରୁ ବିଦ୍ୟାଳୟରୁ ନିଖୋଜ ଅଛନ୍ତି l ଆଜକୁ ଚାରି ଦିନ ହେବ ଛାତ୍ରର କୌଣସି ଖୋଜଖବର ନାହିଁ l ଛାତ୍ର ଜଣଙ୍କ ସେହିଦିନ କେଉଁ ସମୟରେ କିପରି କେଉଁଆଡେ ଚାଲିଯାଇଛନ୍ତି । ବିଦ୍ୟାଳୟର ଅଧକ୍ଷା ସଂଯୁକ୍ତା ସମନ୍ତରାୟଙ୍କୁ ପଚାରିଲେ କୌଣସି ସଠିକ ଉତ୍ତର ମିଳୁ ନାହିଁ l କେବଳ ନିୟମ ମୁତାବକ ଏକ ଜଟଣୀ ଥାନାରେ ଏକ ଲିଖିତ ଅଭିଯୋଗ କରି ଚୁପ ବସିଛନ୍ତି l ଅଧକ୍ଷା ମାଡାମଙ୍କ କୌଣସି ଚିନ୍ତା ନ ଥିବା ଜଣାପଡେ l ଲିଖିତ ଅଭିଯୋଗ ଅନୁସାରେ ଛାତ୍ରଟି ଏକ ନୀଳରଙ୍ଗର ପ୍ୟାଣ୍ଟ ଏବଂ ଗୋଲାପୀ ରଙ୍ଗର ସାର୍ଟ ପିନ୍ଧିଥିବା ସ୍ଥଳେ ଉଚ୍ଚତା ୫", ଶ୍ୟାମଳ ରଙ୍ଗ, ମୁହଁରେ ବସନ୍ତ ଦାଗ ଥିବା ଜଣା ପଡିଛି l ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ସେହି ବିଦ୍ୟାଳୟରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ଜଣାପଡେ l ସବୁ ସମୟରେ ସେହି ବିଦ୍ୟାଳୟ ମଧ୍ୟକୁ ସ୍ଥାନୀୟ ଲୋକଙ୍କ ଅବାଧ ପ୍ରବେଶ ଦେଖିବାକୁ ମିଳେ l ସନ୍ଧ୍ୟା ହେଲେ ସେହି ବିଦ୍ୟାଳୟର ପାଖାପାଖି ଅଂଚଳରେ ଅସାମାଜିକ ଲୋକଙ୍କ ଭିଡ଼ ଦେଖିବାକୁ ମିଳେ l ଶ୍ରୀ ହର୍ଷ ମିଶ୍ର ସ୍ମୃତି ବଧିର ବିଦ୍ୟାଳୟଟି ଖୋର୍ଦ୍ଧା ଜିଲ୍ଲା ସାମାଜିକ ସେବା ଅଧିକାରୀ ଅଧୀନରେ ସରକାରଙ୍କ ସହାୟତାରେ ଏହି ବିଦ୍ୟାଳୟ ପରିଚାଳିତ ହୋଇଥାଏ l ଏହି ବିଦ୍ୟାଳୟଟି କେତେ ପରିମିତ ଜାଗାରେ ଏହି ବିଦ୍ୟାଳୟଟି ନିର୍ମାଣ ହୋଇଅଛି ? ଏହି ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା କେଉଁ ସଂସ୍ଥା ଦ୍ୱରା ପରିଚାଳିତ ? ଏହି ବାବଦରେ ପଚାରିଲେ ଅଧକ୍ଷା ମହାଶୟା ଜାଣି ନ ଥିବା କୁହନ୍ତି l ତେବେ ଏହି ବିଦ୍ୟାଳୟର ପଢ଼ୁଥିବା ଛାତ୍ରଛାତ୍ରୀ କେତେ ସୁରକ୍ଷିତ ଏଥିରୁ ଜଣା ପଡେ l ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଗୋଇପଡା ଗ୍ରାମର ପଣ୍ଡିତ ବାଗ ପୁତ୍ରର ନିଖୋଜ ଖବର ପାଇ ଚିନ୍ତିତ ହୋଇ ପଡିଛନ୍ତି l ପୁତ୍ର ଫେରନ୍ତା ବାଟକୁ ଚାହିଁ ବସିଛନ୍ତି ପରିବାର ବର୍ଗ l ଏହାପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ବିଦ୍ୟାଳୟର ଅଧକ୍ଷା ମାଡାମ, ବିଦ୍ୟାଳୟର ପରିଚାଳନା କମିଟି ଏବଂ ସୁରକ୍ଷା ସଂସ୍ଥାକୁ ସନ୍ଦେହ ଘେରକୁ ଆଣି ଏହାର ସମ୍ପୂର୍ଣ୍ଣ ତଥ୍ୟକୁ ସଠିକ ରୂପେ ତଦନ୍ତ କରି ନିରୀହ ପରିବାରକୁ ନ୍ୟାୟ ଦେବାକୁ ସ୍ଥାନୀୟ ଜନସାଧାରଣରେ ଚର୍ଚ୍ଚା ହେଉଅଛି l ଅନ୍ୟ ପକ୍ଷରେ ପିଲାଟି ଯିବା ସମୟର ସିସି ଫୁଟେଜ ଅଛି ନା ନାହିଁ ତାହା ସନ୍ଦେହ ଘେରରେ।
ଯଦି ସେହି ପରିବାରକୁ ସଠିକ ନ୍ୟାୟ  ନ ମିଳେ ତେବେ ଆଗକୁ ଜନ ଆନ୍ଦୋଳନ ହେବ ବୋଲି ଜଣାପଡିଛି l ଯଦି କୌଣସି ସହୃଦୟ ବ୍ୟକ୍ତି ଏହି ଛାତ୍ରର ସନ୍ଧାନ ପାଆନ୍ତି ତେବେ 9338220603 କିମ୍ବା 9937789830 କୁ ଫୋନ କରି ଯୋଗାଯୋଗ କରିବାକୁ ଅନୁରୋଧ l ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୪/୨୦୨୩----୮,୫୫ Sakhigopal News,2/4/2023

Blog Archive

Popular Posts