ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ର ବୈଠକ
ମଞ୍ଚ ର ବୈଠକ ସ୍ଥାନୀୟ ନାୟକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି।ମଞ୍ଚର ସଭାପତି ସୋମନାଥ ନାୟକଙ୍କ ସହ କାର୍ଯ୍ୟକାରୀ ସଭାପତି ଶିବରାମ ପଣ୍ଡା, ଉପସଭାପତି ବାଳକୃଷ୍ଣ ବେହେରା, ସମ୍ପାଦକ ରବିନାରାୟଣ ସାମନ୍ତ ମଂଚାସୀନ ଥିଲେ। ଘୁମୁସର ଜିଲ୍ଲା ଆନ୍ଦୋଳନରେ ମଞ୍ଚ ର ଭୂମିକା ସମ୍ପର୍କରେ ସବିଶେଷ ବିବରଣୀ ସଭାପତି ଉପସ୍ଥାନ କରିଥିଲେ.। ଆଗକୁ ମଧ୍ୟ ଏହି ମଞ୍ଚ ସକ୍ରିୟ ଭୂମିକା ନେବାକୁ ହେବ ବୋଲି ସେ ଆହ୍ୱାନ ଦେଇଥିଲେ.। ଆଜି ପର୍ଯ୍ୟନ୍ତ ଯେଉଁ ମାନେ କାୟିକ ଓ ଆର୍ଥିକ ସାହାଯ୍ୟ କରି ଆସି ଛନ୍ତି ସେଇ ସଭ୍ୟ ମାନଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ।. ଅନ୍ୟ ସଭ୍ୟ ମାନେ ସେପରି ଭୂମିକା ନିଭାଇ ବା ପାଇଁ ଅନୁରୋଧ ଜଣାଇ ଥିଲେ । କାର୍ଯ୍ୟକାରୀ ସଭାପତି ସଭ୍ୟ ମାନଙ୍କୁ ଉଦବୋଧନ ଦେଇ କହିଥିଲେ ଜୀବନର ଅପରାହ୍ନରେ ଆମେ ସବୁ ଉପନୀତ। ଆଜି ପର୍ଯ୍ୟନ୍ତ ଘର ପରିବାର ପାଇଁ ଯାହା କରିବାକଥା କଲେ । ଅବଶିଷ୍ଟ ସମୟ ଦେଶ, ସମାଜ ପାଇଁ ଦେଇ ଆଖି ବୁଜିବା ଆମର ପରମ କର୍ତ୍ତବ୍ୟ। ତେଣୁ ଆସନ୍ତୁ ଏ ଘୁମୁସର ଜିଲ୍ଲା ଗଠନ ରେ ସମସ୍ତେ ସହାୟକ ହେବା ।"ଅଧିବକ୍ତା ବିଜୟ କୁମାର ପାତ୍ର ଙ୍କ ପ୍ରସ୍ତାବ ଉତ୍କଳ ଦିବସ ପାଇଁ ରାଜ୍ୟ ସ୍ତରରେ ଏକ ସ୍ୱତନ୍ତ୍ର ପତାକା ରଖା ଯାଉ । ଏହା କେତେ ଦୂର ସାମ୍ବିଧାନିକ ହେବ ତା ଉପର ତର୍ଜମା ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ପଣ୍ଡିତ ବିପ୍ର ଚରଣ ସାହୁଙ୍କ ପ୍ରସ୍ତାବ ପ୍ରତ୍ୟେକ ସଭ୍ୟ"ବନ୍ଦେ ଉତ୍କଳ ଜନନୀ "ସଂଗୀତ ମୁଖସ୍ତ କରିବା ବାକୁ ହେବ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା ।
. ସଭା ଶେଷରେ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୪/୨୦୨୩----୮,୪୫ Sakhigopal News,2/4/2023