Breaking News

ସି.ଆର.ପି.ଏଫ ୧୨୭ ବାଟାଲିୟନ ପକ୍ଷରୁ୩୩ ତମ ବାର୍ଷିକ ଉତ୍ସବ ପାଳିତ


କନ୍ଧମାଳ---- କନ୍ଧମାଳ ଜିଲ୍ଲା ବାଲିଗୁଡା ରେ ସି.ଆର.ପି.ଏଫ 127 ବାଟାଲିୟନ ପକ୍ଷରୁ 33 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ବାଲିଗୁଡା ସଭାଗୃହ ଠାରେ ସି.ଆର.ପି.ଏଫ ପକ୍ଷରୁ ଏକ ମେଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ସି.ଆର.ପି.ଏଫ 127 ବାଟାଲିୟନ ର କମାଣ୍ଡେଣ୍ଟ ଆନନ୍ଦ ଝା, ସେକେଣ୍ଡ ଇନ କମାଣ୍ଡ ମୌଲି ମୋହନ କୁମାର ଏହି ମେଳା ର ଶୁଭାରମ୍ଭ କରିଥିଲେ l ଆୟୋଜିତ ଏହି ମେଳା ରେ ସି.ଆର.ପି.ଏଫ ଯବାନ, ବାଲିଗୁଡା ସହର ର ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇଥିଲେ l ସି.ଆର.ପି.ଏଫ 127 ବାଟାଲିୟନ 16 ଜୁଲାଇ 2007 ପରଠାରୁ ଓଡିଶା ରେ ଅବସ୍ଥାପିତ ପରେ କାର୍ଯ୍ୟ କରି ଆସୁଛି l କନ୍ଧମାଳ ଜିଲ୍ଲା ର ବାଲିଗୁଡା ଠାରେ 2015 ରୁ ନକ୍ସଲ ବିରୋଧୀ ନେଇ ଅଭିଯାନ ଜାରୀ ରଖିଥିବା କମାଣ୍ଡେଣ୍ଟ ଆନନ୍ଦ ଝା କହିଛନ୍ତି l
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨/୪/୨୦୨୩----୯,୩୫ Sakhigopal News,2/4/2023

Blog Archive

Popular Posts