ୱାର୍ଡ ସଭ୍ୟ, ସଭ୍ୟା ଙ୍କ ପ୍ରଶିକ୍ଷଣ ଶିବିର
ଭଞ୍ଜନଗର---- ଭଞ୍ଜନଗର ପଞ୍ଚାୟତ ସମିତି ର ବାରୁଡ଼ା, ଡିହ ପଢାଲ ଏବଂ ଡ଼ୁମାକୁମ୍ପା ପଞ୍ଚାୟତର ୱାର୍ଡ ସଭ୍ୟ, ସଭ୍ୟା ଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଭଞ୍ଜନଗର ଆର. ଏମ. ସି. ସଭା ଗୃହରେ ରାଜ୍ୟ ଗ୍ରାମ୍ୟ ଉର୍ନୟନ ଓ ପଞ୍ଚାୟତ ରାଜ ପ୍ରତିଷ୍ଠାନ ଦ୍ୱାରା ତିନି ଦିନିଆଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି l ଆଜି ତୃତୀୟ ଦିନରେ ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ ମୁଖ୍ୟ ଅତିଥି ଭାବେ ଏବଂ ଅତିଥି ଭାବେ ସମାଜସେବୀ ଶୂଳପାଣି ଶତପଥୀ ଯୋଗ ଦେଇ ଥିଲେ l ପ୍ରଥମ ପ୍ରଯ୍ୟାୟ ରେ ସମସ୍ତ ଶିକ୍ଷାର୍ଥୀ ଆଜି କ୍ଷେତ୍ର ପ୍ରଦର୍ଶନ ରେ ଲାଲସିଂ ଗ୍ରାମ ପଞ୍ଚାୟତ କୁ ଯିବାସ୍ଥିର ହୋଇ ଥିଲା l କ୍ଷେତ୍ର ପରିଦର୍ଶନ ରେ ଲାଲସିଂ ପଞ୍ଚାୟତକୁ ସରପଞ୍ଚ ଶିବ ରାମ ସାହୁ ବେଲେଶ୍ୱର ପୀଠ ଠାରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ l ସରପଞ୍ଚ ଏବଂ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଲିପିକା ସ୍ବେଛାସେବୀ ଅନୁଷ୍ଠାନ ଦ୍ୱାରା ପଞ୍ଚାୟତ ରାଜ ପରିଚାଳନା ଓ ପରିବେଶ ବାବଦରେ ଏକ ଆଲୋଚନ ସଭା ହେବା ପରେ ସମସ୍ତେ ଲାଲସିଂ ପଞ୍ଚାୟତ କାର୍ଯ୍ୟଳୟ ରେ ପହଞ୍ଚି ଥିଲେ l ସରପଞ୍ଚ ଶ୍ରୀ ସାହୁ ଏବଂ ଗ୍ରାମବାସୀଙ୍କ ସହିତ ପଞ୍ଚାୟତ ର ବିଭିର୍ଣ୍ଣ ଉର୍ନତି ମୂଳକ କାଯ୍ୟ ବୁଲି ଦେଖି ଥିଲେ । ଏହି ତାଲିମ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉର୍ନୟନ ସଂସ୍ଥାର ସମ୍ବଳ ବ୍ୟକ୍ତି ତଥା ତାଲିମ ଦାତା ଭାବରେ ବନମାଳୀ ପ୍ରଧାନ ଏବଂ ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ ଉପସ୍ଥିତି ରହି ତାଲିମ କାର୍ଯ୍ୟ ପରିଚାଳନା କରି ଥିଲେ l ଲାଲସିଂ ସରପଞ୍ଚ ଶିବ ରାମ ସାହୁ ଏବଂ ଉପସ୍ଥିତି ଥିବା ଗ୍ରାମ ବାସୀ ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଙ୍କୁ ପଞ୍ଚାୟତ ତରଫରୁ ଶୁଭେଚ୍ଛା ଓ ଧନ୍ୟବାଦ ଦେଇ ଥିଲେ l ପ୍ରାୟ 40ଜଣ ସଭ୍ୟ ଏବଂ ସଭ୍ୟା ଏହି ତିନି ଦିନିଆ ତାଲିମ କାର୍ଯ୍ୟ ରେ ଉପସ୍ଥିତି ଥିଲେ l ଆଜିର କାର୍ଯ୍ୟକ୍ରମ ରେ ସମ୍ପୃକ୍ତ ପଞ୍ଚାୟତ କାର୍ଯ୍ୟାଳୟ ର କର୍ମଚାରୀ ସହଯୋଗ କରିଥିବା ବେଳେ ଲିପିକା ସ୍ବେଛାସେବୀ ଅନୁଷ୍ଠାନ ର ସ୍ବେଛାସେବୀ ଏବଂ ସ୍ବେଛାସେବୀ ସୁଭାଶିଷ ମହାପାତ୍ର ସହଯୋଗ କରିଥିଲେ l ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୨/୨୦୨୩----୯,୦୦ Sakhigopal News,1/2023