Breaking News

ବକୁଳବନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 

  ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ଅଳଗୁମ ରାସ୍ତା ଦାମଦର ମଣ୍ଡପ ନିକଟରେ ବକୁଳବନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଠରତମ ବକୁଳବନ ମହୋତ୍ସବକୁ କିପରି ସରସ ସୁନ୍ଦର କରାଯାଇ ପାରିବ ସେଥିଯୋଗୁ ଉପସ୍ଥିତ ଥିବା ଅତିଥି ଓ ସଦସ୍ୟ ମାନଙ୍କର ମତା ମତ ସଂଗ୍ରହ କରାଯାଇଥିଲା । ବକୁଳବନ ମହୋତ୍ସବ କମିଟିର ସଭାପତି ସାଧୁଚରଣ ବେହେରାଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିଥି ଭାବେ କବି ତଥା ପୂର୍ବତନ ସଂସାଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ବକୁଳବନ ମହୋତ୍ସବ ପାଇଁ ସେ ସମସ୍ତ ସହଯୋଗ କରିବା ପାଇଁ ମତ ପ୍ରକାଶ କରିଥିଷଲ । ଅନ୍ୟ ମାନଙ୍କ ମଧ୍ୟରେ ବକୁଳବନ ମହୋତ୍ସବର ଉପଦେଷ୍ଟା ସଚୀକାନ୍ତ ବିଶ୍ୱାଳ , ଉପସଭାପତି ଲକ୍ଷ୍ମୀପ୍ରସାଦ ପାଣି, ସମ୍ପାଦକ ଯଯାତୀ କେଶରୀ ରାୟ, ଧିରଞ୍ଜନ ବିଶ୍ୱାଳ, ମାନସ ରାଉତ, କୃପାନିଧି ପ୍ରଧାନ, ବିଶାଖା ଦେବୀ, ସୁଜତା ଦେବୀ, ନିଲିମା ରଥ, ଧନେଶ୍ୱର ପ୍ରଧାନ ପ୍ରମୁଖ ଯୋଗ ଦେଇ  ନିଜସ୍ୱ ମତ ରଖିଥଲେ । ଏକ ସପ୍ତାହ ମଧ୍ୟରେ ବକୁଳବମନ ମହୋତ୍ସବରେ ପ୍ରକାଶ ପାଇବାକୁ ଥିବା ବକୁଳବନ ବାର୍ତ୍ତା ପାଇଁ ଗଳ୍ପ, କବିତା ଲେଖା ସଂଗ୍ରହ କରାଯିବା ପାଇଁ ମତ ପ୍ରକାଶ ପାଇଥିଲା ।ସେହିପରି ସତ୍ୟବାଦୀ ଓ ବିଭିନ୍ନ ଅଞ୍ଚଳରୁ ବିଶିଷ୍ଟ କବି, ଶିକ୍ଷକ, ସମାଜସେବୀ ,  ସାମ୍ବାଦିକ, ଜନପ୍ରତିନିଧି ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମର୍ଦ୍ଧିତ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଫେବୃଆରୀ ୨୭ ତାରିଖରେ  ବକୁଳବନ ମହୋତ୍ସବ  ଅନୁଷ୍ଠିତ ହେବ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୨/୨୦୨୩----୭,୧୦  Sakhigopal News, 2/2/2023 

Blog Archive

Popular Posts