ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର--ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧିନ ବାଇବାଲି ସେକସନର ଗ୍ରାମରେ ବନ ଉନ୍ନୟନ ପ୍ରକଳ୍ପ-୨ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ମା ବୁଢିମା ଗୁନାକିଆ ବନ ସୁରକ୍ଷା ସମିତିକୁ ନେଇ ଜଙ୍ଗଲ ନିଆଁ ନିରୁପଣ ପାଇଁଏକ ସଚେତନତା ବାତ୍ତା ନେଇ ଗ୍ରାମ ପରିକ୍ରମା କରାଯାଇଥିଲା । ଆଗକୁ ଗ୍ରୀଷ୍ମରୂତୁ ଆସୁଥିବାରୁ ଜଙ୍ଗଲରେ ଯେପରି ନିଆ ନ ଲାଗିବ ତାହାରି ଉପରେ ସଚେତନତା ରହିବା ପାଇଁ ଲୋକମାନଙ୍କୁ ସଚେତନତା ବାତ୍ତା ପ୍ରଦାନ କରାଯିବା ସହ ଏକ ବୈଠକ ଅନୁଷ୍ଠିତ ହେଇଥିଲା। ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ବନ୍ୟଜନ୍ତୁ ଓ ଜଙ୍ଗଲ ନଷ୍ଟ ହେବାଦ୍ବାରା ଅମ୍ଲଜାନ ମଧ୍ୟ ମିଳିବା କଷ୍ଟକର ହେବ ବୋଲି ଏହି ବୈଠକରେ ଉପସ୍ଥିତ ଥିବ ଅଥିତି ମାନେ କହିଥିଲେ ।ତେଣୁ ଜଙ୍ଗଲରେ ଯେପରି ନିଆଁ ନ ଆଗିବ ତାହାରି ଉପରେ ଗ୍ରାମବାସୀ ଓ ବନ ସୁରକ୍ଷା ସମିତି ନଜର ରଖବାପାଇଁ କହିଥିଲେ । ସ୍ବାତୀ ଅନୁଷ୍ଠାନର ମୁଜାଗଡ ଟିମ ଲିଡର ଭଗବାନ ସାହୁ,ସଂଯୋଜକ ମଧୁସୂଦନ ସ୍ବାଇଁ,ବିକାଶ ଅଧିକାରୀଣୀ ପଙ୍କଜିନୀ ଭଦ୍ରା, ବନରକ୍ଷୀ ସନ୍ତୋଷ କୁମାର ଗୌଡ଼ ବନ ସହାୟକ ନବିନ ପ୍ରଧାନ ସମେତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ବାଇବାଲି ବନପାଳ କାହୁଚରଣ ଖଟେଇ ପରିଚାଳନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୨/୨୦୨୩----୮,୧୦ Sakhigopal News,2/2/2023