ସାହିତ୍ୟଘର ତରଫରୁ ସପ୍ରାହବ୍ୟାପି ଭଞ୍ଜ ଜୟନ୍ତୀ ଶୁଭରାମ୍ଭ
ଭଞ୍ଜନଗର :- ଜବାହର ଉଚ୍ଚ ବିଦ୍ୟାଳୟ ବଡକୋଦଣ୍ଡl ଠାରେ ସମ୍ବାଦ ସାହିତ୍ୟଘର ତରଫରୁ ସପ୍ତାହବ୍ୟାପି ଭଞ୍ଜଜୟନ୍ତୀ ର ଶୁଭାରମ୍ଭ ସାହିତ୍ୟ ଘରର ସଭାପତି କୃତିବାସ ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ତିନି ଉପଦେଷ୍ଟା ମନୁନନ୍ଦ ପତି, ଶୂଳପାଣି ଶତପଥୀ, ଜଗବନ୍ଧୁ ଜେନା, ସମ୍ପାଦକ ସନ୍ତୋଷ ଜେନା, ସହ ସମ୍ପାଦକ ଡ଼. ଗୁରୁମୂର୍ତି ନାୟକ, କୋଷାଧକ୍ଷ ତ୍ରିନାଥ ବେହେରା, ଅଶୋକ କୁମାର ସ୍ୱାଇଁ ମଞ୍ଚlସୀନ ହୋଇ ଉପେନ୍ଦ୍ର ଭଞ୍ଜ ଙ୍କ ଜୀବନୀ, ସାହିତ୍ୟିକୃତୀ ଉପରେ ଆଲୋକପାତ କରିଥିଲେ l ପ୍ରାରମ୍ଭରେ ସଭ୍ୟା ସଂଗୀତା ପଣ୍ଡା, ଅଶୋକ ସ୍ୱାଇଁ, ସୁବାସ ଚନ୍ଦ୍ର ତାରିଣୀ ଓ ନବାଗତ ସଭ୍ୟା ରୀନା ସେଠୀ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ l ଶେଷରେ କୋଷାଧକ୍ଷ ତ୍ରିନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ l ଆସନ୍ତା କାଲି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଡିହ ପଢାଳ ଠାରେ ଦ୍ୱିତୀୟ ଦିବସ ପାଳନ କରାଯିବ l ଏଥିରେ ବିଦ୍ୟାଳୟ ର ଶିକ୍ଷକ ସlଜନ ସ୍ୱାଇଁ, ଗଣେଶ ପଣ୍ଡା, ମନୋରଞ୍ଜନ ପଣ୍ଡା, ଗୀତାଞ୍ଜଳି ମଳିକ, ରାଜଶ୍ରୀ ପଟ୍ଟନାୟକ, ରାଜଲଷ୍ମୀ ସାହୁ, ରଶ୍ମିତା ସାହୁ, ଶରତ ଚନ୍ଦ୍ର ବେହେରା, ନୀଳାଞ୍ଚଳ ପ୍ରଧାନ, ପୁଷ୍ପାଞ୍ଜଳି ସ୍ୱାଇଁ, ନିର୍ମଳ ସ୍ୱାଇଁ ଓ ପୁଷ୍ପାଞ୍ଜଳି ନାୟକ ସହଯୋଗ କରିଥିଲେ l ଏଥିରେ ଶତାଧିକ ଛାତ୍ର, ଛାତ୍ରୀ ଅଂଶଗ୍ରହଣ କରିଥିଲେ l
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨/୨/୨୦୨୩---୮,୨୫ Sakhigopal News,2/2/2023