ହୃଷୀକେଶ ଙ୍କ ସବୁଜ ଡେଲାଙ୍ଗ ଅଭିଯାନ
ଡେଲାଙ୍ଗ :ନୂଆବର୍ଷ ରେ ସବୁଜ ଡେଲାଙ୍ଗ ପରିକଳ୍ପନା ପାଇଁ ଅହରହ ଚେଷ୍ଟିତ ଥିବା ବୋଳକଣା ଗ୍ରାମର ପ୍ରକୃତିପ୍ରେମୀ, ଆଇନଜୀବି ହୃଷୀକେଶ ପାଢ଼ୀ ପ୍ରତିବର୍ଷ ପରି " ମୋ ଡେଲାଙ୍ଗ ସବୁଜ ଡେଲାଙ୍ଗ ଅଭିଯାନ ଆରମ୍ଭ କରିଛନ୍ତି |ଉକ୍ତ ଅଭିଯାନ କୁ ରେଞ୍ଚ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ହରିହର ସ୍ୱାଇଁ ବ୍ୟାନର ପ୍ରଦର୍ଶନ କରି ଶୁଭାରମ୍ଭ କରିଛନ୍ତି | ସରପଞ୍ଚଙ୍କ ଅଧ୍ୟକ୍ଷତା ରେ ସ୍ମାର୍ଟ ଜନସେବା କେନ୍ଦ୍ର ରେଞ୍ଚ ପରିସର ରେ ଏକ ପରିବେଶ ସୁରକ୍ଷା ସଭା ଅନୁଷ୍ଠିତ ହୋଇଥିଲା |ଅନ୍ୟମାନଙ୍କ ମଧ୍ୟାରେ ଆଇନଜୀବୀ କେଦାରନାଥ ମହାନ୍ତି, ପ୍ରଦୋଷ କୁମର ପଣ୍ଡା, ପର୍ଶୁରାମ ସ୍ୱାଇଁ, ନରେନ୍ଦ୍ର ସେନାପତି, ନିରଞ୍ଜନ ମଲ୍ଲିକ ଶକ୍ତିକାନ୍ତ ସ୍ୱାଇଁ ଓ ସୋମନାଥ ସେନାପତି ପ୍ରମୁଖ ଉପସ୍ଥିତ ହୋଇ ପରିବେଶ ସୁରକ୍ଷା ଉପରେ ମତ ରଖିଥିଲେ | ଆଗାମୀ ଦିନରେ ରେଞ୍ଚ ଗ୍ରାମ ପଂଚାୟତକୁ ଗଛଲଗାଇ ସବୁଜ ସୁନ୍ଦର କରିବା ପାଇଁ ସରପଞ୍ଚ ଶ୍ରୀ ହରିହର ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ |ଏହି ଅବସରରେ ଆଇନଜୀବି ଶ୍ରୀ ହୃଷୀକେଶ ପାଢ଼ୀ ତାଙ୍କ ରଚିତ ଦୁଇଟି ପରିବେଶ ଧର୍ମୀ କବିତା 'ବୋଉ କହୁଥିଲା ଗଛ ତୁ ପୋତିବୁ ' ଓ " ଗଛ ଲଗାଇବା ଜାତିକି ଜାତି "ଆବୃତ୍ତି କରି ପରିବେଶ ସଚେତନତା ସୃଷ୍ଟି କରିଥିଲେ |ଶ୍ରୀନିବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଡେଲାଙ୍ଗ :ନୂଆବର୍ଷ ରେ ସବୁଜ ଡେଲାଙ୍ଗ ପରିକଳ୍ପନା ପାଇଁ ଅହରହ ଚେଷ୍ଟିତ ଥିବା ବୋଳକଣା ଗ୍ରାମର ପ୍ରକୃତିପ୍ରେମୀ, ଆଇନଜୀବି ହୃଷୀକେଶ ପାଢ଼ୀ ପ୍ରତିବର୍ଷ ପରି " ମୋ ଡେଲାଙ୍ଗ ସବୁଜ ଡେଲାଙ୍ଗ ଅଭିଯାନ ଆରମ୍ଭ କରିଛନ୍ତି |ଉକ୍ତ ଅଭିଯାନ କୁ ରେଞ୍ଚ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀ ହରିହର ସ୍ୱାଇଁ ବ୍ୟାନର ପ୍ରଦର୍ଶନ କରି ଶୁଭାରମ୍ଭ କରିଛନ୍ତି | ସରପଞ୍ଚଙ୍କ ଅଧ୍ୟକ୍ଷତା ରେ ସ୍ମାର୍ଟ ଜନସେବା କେନ୍ଦ୍ର ରେଞ୍ଚ ପରିସର ରେ ଏକ ପରିବେଶ ସୁରକ୍ଷା ସଭା ଅନୁଷ୍ଠିତ ହୋଇଥିଲା |ଅନ୍ୟମାନଙ୍କ ମଧ୍ୟାରେ ଆଇନଜୀବୀ କେଦାରନାଥ ମହାନ୍ତି, ପ୍ରଦୋଷ କୁମର ପଣ୍ଡା, ପର୍ଶୁରାମ ସ୍ୱାଇଁ, ନରେନ୍ଦ୍ର ସେନାପତି, ନିରଞ୍ଜନ ମଲ୍ଲିକ ଶକ୍ତିକାନ୍ତ ସ୍ୱାଇଁ ଓ ସୋମନାଥ ସେନାପତି ପ୍ରମୁଖ ଉପସ୍ଥିତ ହୋଇ ପରିବେଶ ସୁରକ୍ଷା ଉପରେ ମତ ରଖିଥିଲେ | ଆଗାମୀ ଦିନରେ ରେଞ୍ଚ ଗ୍ରାମ ପଂଚାୟତକୁ ଗଛଲଗାଇ ସବୁଜ ସୁନ୍ଦର କରିବା ପାଇଁ ସରପଞ୍ଚ ଶ୍ରୀ ହରିହର ସ୍ୱାଇଁ ଦୃଢୋକ୍ତି ପ୍ରକାଶ କରିଥିଲେ |ଏହି ଅବସରରେ ଆଇନଜୀବି ଶ୍ରୀ ହୃଷୀକେଶ ପାଢ଼ୀ ତାଙ୍କ ରଚିତ ଦୁଇଟି ପରିବେଶ ଧର୍ମୀ କବିତା 'ବୋଉ କହୁଥିଲା ଗଛ ତୁ ପୋତିବୁ ' ଓ " ଗଛ ଲଗାଇବା ଜାତିକି ଜାତି "ଆବୃତ୍ତି କରି ପରିବେଶ ସଚେତନତା ସୃଷ୍ଟି କରିଥିଲେ |ଶ୍ରୀନିବାସ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୧/୨୦୨୩---୭,୧୦ Sakhigopal News, 2/1/2023